ବଦଳିଲା ନିଷ୍ପତ୍ତି, ଖୋଲା ରହିବ ଏମ୍ସ ହସ୍ପିଟାଲ

ଜାନୁଆରୀ ୨୨ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶର ସରକାରୀ କାର୍ଯ୍ୟାଳୟଗୁଡିକ ଅଧାଦିନ ଛୁଟି ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ କିଛି ରାଜ୍ୟ ସରକାର ମଧ୍ୟ ଏହାକୁ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର‌୍ୟୁବିଜ୍ଞାନ କେନ୍ଦ୍ର ବା ଏମ୍ସ ଅଧାଦିନ ବନ୍ଦ ରଖିବାକୁ ଅଧିକାରୀଙ୍କ ତରଫରୁ ଘୋଷଣା ହୋଇଥିଲା ।

କିନ୍ତୁ ଏହାକୁ ନେଇ ବିବାଦ ଉପୁଜିବା ପରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ଦୃଷ୍ଟିରେ ରଖି ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତି ପ୍ରତ୍ୟାହାର କରିଛି । ଏମ୍ସ ରବିବାର ଦିନ ଏକ ସର୍କୁଲାର ଜାରି କରି କହିଛି ଯେ ଏହାର ଓପିଡି ସେବା ସାଧାରଣ ଭାବରେ ଚାଲିବ । ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ଜାନୁଆରୀ ୨୨ ତାରିଖରେ ଓପିଡି ରୋଗୀଙ୍କୁ ଦେଖାରଖା କରିବାକୁ ଏମ୍ସ ଖୋଲା ରହିବ । ଏହାସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ମଧ୍ୟ ଖୋଲା ରହିବ ।ଜାନୁୟାରୀ ୨୧ ରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଏମ୍ସ ଅଧିକାରୀ କହିଛନ୍ତି ଯେ ରୋଗୀ ସେବା ପାଇଁ ସମସ୍ତ ବିଭାଗ ଖୋଲା ରହିବ, ଯାହା ଦ୍ୱାରା ସେମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ରୋଗୀ ସେବା ସୁବିଧା ପାଇପାରିବେ । ସମସ୍ତ କ୍ଲିନିକାଲ୍ କେୟାର ସେବା କାର୍ଯ୍ୟକ୍ଷମ ରହିବ ।

Related Articles

Back to top button