
ତୃତୀୟଥର ପାଇଁ ସ୍ଥଗିତ ରହିଲା ମହାନଗର ନିଗମର ମେୟର ନିର୍ବାଚନ
ନୂଆଦିଲ୍ଲୀ: ତୃତୀୟଥର ପାଇଁ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ସ୍ଥଗିତ। ନିର୍ବାଚନ ପୂର୍ବରୁ ଭାଜପା ଏବଂ ଆପ ସଦସ୍ୟମାନେ ଗୃହରେ ବିକ୍ଷୋପ ପଦର୍ଶନ କରିଥିଲେ। ଏଥିଯୋଗୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରି ନ ଥିଲା। ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ଦ୍ୱାରା ମନୋନୀତ ହୋଇଥିବା ସଦସ୍ୟଙ୍କୁ ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ପାଇଁ ଭୋଟ୍ ଦେବାକୁ ଅନୁମତି ଦିଆଯିବା ପରେ ଆପ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଫଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ମଧ୍ୟ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା।