ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛି ଇଣ୍ଡି ମେଣ୍ଟ

ଭୋଟର ତାଲିକାରେ କଥିତ ଗଡବଡ ଏବଂ ହେରଫେର ଏବଂ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ବିରୋଧୀ ଦଳ ଲଢେଇକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ଇଣ୍ଡିଆ ମେଣ୍ଟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛି । ଏହାକୁ ନେଇ ବୈଠକରେ ଆଲୋଚନା ମଧ୍ୟ ହୋଇଛି । ଏହା ସହିତ ଇଣ୍ଡିଆ ମେଣ୍ଟର ନେତା ସୋମବାର ସନ୍ଧ୍ୟାରେ ଉପରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ମଧ୍ୟ ଆଲୋଚନା କରି ପାରନ୍ତି ।

ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ, ଲୋକସଭା ନିର୍ବାଚନ ସମୟରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣାରେ ଭୋଟ୍ ଚୋରି ହୋଇଛି । ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ କ୍ଷମତାସୀନ ବିଜେପିର ସମର୍ଥନ କରୁଛି ଏବଂ ଭୋଟର ତଥ୍ୟରେ ଜାଲିଆତି କରୁଛି । ଗତ ଅଗଷ୍ଟ ୭ରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ, ବେଙ୍ଗାଲୁରୁ ସେଣ୍ଟ୍ରାଲର ମହାଦେବପୁରାରେ ଏକ ଲକ୍ଷରର ଅଧିକ ଭୋଟ୍ ଚୋରି ହୋଇଥିଲା ଏବଂ ବିଜେପି ଏହି ବଳରେ ନିର୍ବାଚନ ଜିତିଥିଲା । କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦାବିକୁ ହାସ୍ୟାସ୍ପଦ କହିଛି । କାରଣ ଗତକାଲି ନିର୍ବାଚନ ଆୟୋଗ ଦାବି କରିଥିଲେ ଯେ, ଇସିଆଇ କାହା ସହ ଭେଦଭାବ କରେନି । ନା ସପକ୍ଷ ନା ବିପକ୍ଷ ସଭିଙ୍କ ପାଇଁ ସେ ସମକକ୍ଷ । ଏହା ସହିତ ଇସିଆଇ କହିଥିଲେ ଯେ, କଂଗ୍ରେସକୁ ଭୋଟ୍ ଚୋରି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ଦରକାର ନଚେତ୍ କ୍ଷମା ମାଗିବା ଦରକାର । ଏମିତି ଅଭିଯୋଗ କରି ଇସିଆଇର ଗୁରୁତ୍ୱ କମ କରିବାକୁ କଂଗ୍ରେସ ଅପଚେଷ୍ଟା କରୁଛି ।

Related Articles

Back to top button