ପୁତ୍ର ସନ୍ତାନର ବାପା ହେଲେ ‘ଦି ଗ୍ରେଟ୍ ଖଲି’

‘ଦି ଗ୍ରେଟ୍ ଖଲି’ ନାମରେ ଜଣାଶୁଣା WWE ସୁପରଷ୍ଟାର ଦିଲୀପ ସିଂ ରାଣା ବାପା ହୋଇଛନ୍ତି। ସେ ଏକ ରିଲ୍ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ପୁଅ ସହିତ ନଜର ଆସିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଆପଣମାନଙ୍କ ଆଶୀର୍ବାଦରୁ ଆଜି ମୋତେ ଏକ ପୁତ୍ରସନ୍ତାନ ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛି’। ମୁହଁରେ ମାସ୍କ ପିନ୍ଧି ଖଲି ନିଜ ନବଜାତ ପୁଅକୁ କୋଳରେ ଧରିଥିବାର ଦେଖାଯାଉଛନ୍ତି। ତାଙ୍କର ପୂର୍ବରୁ ଏକ ଝିଅ ମଧ୍ୟ ଅଛି

‘ଦି ଗ୍ରେଟ୍ ଖଲି’ଙ୍କ ପତ୍ନୀଙ୍କ ନାମ ହରମିନ୍ଦର କୌର, ଯିଏ ଜଲନ୍ଧରର ନୁରମହଲର ବାସିନ୍ଦା। ଦୁହିଁଙ୍କର ୨୦୦୨ରେ ବିବାହ ହୋଇଥିଲା। ଏହାର ୧୨ ବର୍ଷ ପରେ ଅର୍ଥାତ୍ ୨୦୧୪ ଫେବୃଆରୀରେ ସେମାନଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଖଲି ଓ ହରମିନ୍ଦରଙ୍କ ଝିଅର ନାମ ଅଭଲିନ୍‌ ରାଣା। ବର୍ତ୍ତମାନ ତାଙ୍କୁ ୮ ବର୍ଷ ବୟସ ।

Related Articles

Back to top button