ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ଶେଷ

ଧାରା ୩୭୦କୁ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି । ଏହି ମାମଲାରେ ୫ ଜଣିଆ ଖଣ୍ଡପୀଠ ନିଜ ରାୟକୁ ସୁରକ୍ଷିତ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟେଇବାକୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହେଇଥିଲା । ଯାହା ଉପରେ ଗଲା ୧୬ ଦିନ ଧରି ଶୁଣାଣି ଚାଲିଥିଲା ।

ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ସହ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ମୁଖ୍ୟ ବିଚାରପତିଙ୍କ ସହିତ ନ୍ୟାୟମୂର୍ତ୍ତି ଏସକେ କୌଲ, ସଞ୍ଜୀବ ଖାନ୍ନା, ବିଆର ଗଭାଇ ଏବଂ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଏହି ମାମଲାର ଶୁଣାଣି କରୁଥିଲେ ।

ସୂଚନାଯୋଗ୍ୟ ଯେ, ସମ୍ବିଧାନର ଧାରା ୩୭୦ ପୂର୍ବରୁ ଜାମ୍ମୁକାଶ୍ମୀରକୁ ସ୍ପେଶାଲ ଷ୍ଟାଟସ୍ ପ୍ରଦାନ କରୁଥିଲା । ହେଲେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଏହାକୁ ହଟେଇ ଦେଇଥିଲେ । ଏହାପରେ ଏହାକୁ ଜାମ୍ମୁକାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବାଣ୍ଟି ଦିଆଯାଇଥିଲା ।

Related Articles

Back to top button