ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ମିଳିଛି ବିପୁଳ ପରିମାଣର ନଗଦ ଟଙ୍କା

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ମିଳିଛି ବିପୁଳ ପରିମାଣର ନଗଦ ଟଙ୍କା । ଯାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ବିବାଦ । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ କହିଛନ୍ତି ଯେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମକୁ ଡାକିଥିଲେ ପରିବାର ଲୋକେ । ନିଆଁ ଲିଭାଇବା ବେଳେ ଗୋଟିଏ ରୁମରୁ ପୁଳାପୁଳା ଟଙ୍କା ଜବତ କରାଯାଇଥିଲା । ଅଗ୍ନିକାଣ୍ତ ଓ ପୁଳାପୁଳା ଟଙ୍କା ଜବତ ବେଳେ ଘରେ ନଥିଲେ ଜଜ୍ । ଘଟଣା ପରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଆକ୍ସନ ନିଆଯାଇଛି । ସେହିପରି ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି ।

Related Articles

Back to top button