ଅମରନାଥ ଯାତ୍ରା ଆରମ୍ଭ ହେବାର ଗୋଟିଏ ସପ୍ତାହରେ ତରଳିଛି ବରଫଲିଙ୍ଗ

ଜଳବାୟୁ ପରିବତ୍ତର୍ନରେ ପ୍ରଭାବିତ ଅମରନାଥ ଧାମରେ ବିରାଜମାନ ବରଫଲିଙ୍ଗ । ଅମରନାଥ ଯାତ୍ରା ଆରମ୍ଭ ହେବାର ଗୋଟିଏ ସପ୍ତାହରେ ତରଳିଛି ବରଫଲିଙ୍ଗ । ପରିବେଶର ପ୍ରଭାବ ପଡିଛି ବୋଲି ମତ ଦେଇଛନ୍ତି ବିଭିନ୍ନ ଧର୍ମଗୁର । ଭଗବାନ ଶଙ୍କରଙ୍କ ପ୍ରତୀକ ପବିତ୍ର ବରଫଲିଙ୍ଗର ଆକାର ଅନେକ ଥର ଏହାର ଉଚ୍ଚତା ୧୦ ଫୁଟ୍ରୁ ହୋଇଥାଏ ଅଧିକ ଉଚ୍ଚ । ଏଥର ଶିବଲିଙ୍ଗ ତରଳିଛି ବୋଲି ନିଜର ନାମ ଗୋପନ ରଖି କହିଛନ୍ତି ଅମରନାଥ ବୋର୍ଡର ଜଣେ ଅଧିକାରୀ । ୨୦୦୪ରେ ମଧ୍ୟ ଏମିତି ହୋଇଥିଲା। ଖ୍ରୀଷ୍ଟ ପୂର୍ବ ୧୦୦୦ ବର୍ଷ ପୂର୍ବରୁ ଚାଲିଆସୁଛି ଅମରନାଥ ଯାତ୍ରା । ଆଶାଢ଼ ମାସରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ଦିନ ଶେଷ ହେବ।

Related Articles

Back to top button