ମହାକୁମ୍ଭ ଦଳାଚକଟା ମାମଲାରେ ଦାୟର ଆବେଦନର ଶୁଣାଣି କରିବାକୁ ମନା କରିଲେ ସୁପ୍ରିମକୋର୍ଟ

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ କହିଛନ୍ତି। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ପୂର୍ବରୁ ଦାଖଲ କରାଯାଇଛି। ତେଣୁ ଉକ୍ତ ଆବେଦନର ଶୁଣାଣି ସର୍ବୋଚ୍ଚ ଅଦାଲତରେ କରାଯିବା ଉଚିତ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଦଳାଚକଟାକୁ ଏକ “ଦୁର୍ଭାଗ୍ୟଜନକ ଘଟଣା” ବୋଲି କହିଛନ୍ତି। ଆବେଦନକାରୀ ତଥା ଆଇନଜୀବୀ ବିଶାଲ ତିୱାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସୁପ୍ରିମକୋର୍ଟ କହିଛନ୍ତି।ଆଇନଜୀବୀ ବିଶାଲ ତିୱାରୀ ମହାକୁମ୍ଭ ଦଳାଚକଟା ଘଟଣାକୁ ନେଇ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାୟର କରିଥିଲେ। ଦଳାଚକଟା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ଷ୍ଟାଟସ ରିପୋର୍ଟ ଅଦାଲତରେ ଦାଖଲ କରାଯିବା ସହିତ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଇନଜୀବୀଙ୍କ ପକ୍ଷରୁ ପିଟିସନରେ ଦାବି କରାଯାଇଥିଲା। ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଚାଲିଯାଇଥିଲା।

Related Articles

Back to top button