
ମିସାଇଲ ନିର୍ମାଣ ଓ ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗକୁ ଆଗେଇଛି ଭାରତ ।
ଭାରତୀୟ ନୌସେନା ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ଶିପ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ନୌସେନା ଓ ଡିଆରଡିଓର ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳ ବ୍ୟବହାର କରି ଏହି ମିସାଇଲ ନିର୍ମାଣ ହୋଇଛି । 42B ହେଲିକ୍ୟାପ୍ଟରରୁ ଆଜି ଏହି ଗାଇଡେଡ ବା ଲକ୍ଷ୍ୟଭେଦୀ ମିସାଇଲକୁ ଲଞ୍ଚିଁ କରାଯାଇଥିଲା । ଏହାର ସଫଳ ପରୀକ୍ଷଣ ଦେଶର ମିସାଇଲ ନିର୍ମାଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।
ଭାରତୀୟ ନୌସେନା ଦ୍ବାରା କରାଯାଇଥିବା ଏହି ପରୀକ୍ଷଣରେ ମିସାଇଲର ଶିକର୍ ଓ ଗାଇଡାନ୍ସ ଟେକନିକ୍ର ବି ପରୀକ୍ଷଣ କରାଯାଇଛି । ଗାଇଡାନ୍ସ ଟେକନିକ୍ ଦ୍ବାରା ହିଁ କୌଣସି ମିସାଇଲ ତାର ଲକ୍ଷ୍ୟ ଭେଦ କରିଥାଏ । ମିସାଇଲର ପ୍ରଭାବ ଏହାର ଗାଇଡାନ୍ସ ଟେକନିକ୍ ଉପରେ ନିର୍ଭର କରେ । ନୌସେନା ଯେଉଁ ଭିଡିଓ ଜାରି କରିଛି ସେଥିରେ ଦେଖାଯାଉଛି ଯେ ମହାସାଗର ଉପରେ ଉଡୁଥିବା ଭାରତୀୟ ନୌସେନାର ହେଲିକପ୍ଟର ଆଣ୍ଟି ମିସାଇଲର ଉତକ୍ଷେପଣ କରିଛି ଯାହାକି ସଫଳତାପୂର୍ବକ ଲକ୍ଷ୍ୟଭେଦ କରିଛି ।ଏହାପୂର୍ବରୁ ଗତବର୍ଷ ବି ନୌସେନା DRDO ସହ ମିଳିତ ସହଭାଗିତାରେ ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ କରିଥିଲା ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି ଭାରତ ସରକାର । ଏବେ ଭାରତରେ ଇଣ୍ଟିଗ୍ରେଟେଡ ଗାଇଡେଡ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଜରିଆରେ ଚାକୋଟି ମିସାଇଲ ଦେଶରେ ବିକଶିତ କରାଯାଉଛି । ଏଥିରେ ପୃଥିବୀ, ଆକାଶ, ତ୍ରିଶୂଳ ଓ ନାଗ ମିସାଇଲ ସିଷ୍ଟମ ସାମିଲ ଅଛି ।