ରାଜ୍ୟରେ କୋଭିସିଲ୍ଡର କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

ରାଜ୍ୟରେ କୋଭିସିଲ୍ଡର କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନେବାର ୨୦ଦିନ ଭିତରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ତେବେ ରାଜ୍ୟରେ ଏଭଳି ମାମଲା ଆସିନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।ଗତ ବର୍ଷ ଫେବ୍ରୁଆରୀରେ ଶେଷ ଟିକାକରଣ କରାଯାଇଥିଲା । ତା ମଧ୍ୟରେ ୬କୋଟି ୪୨ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟରେ ଦିଆଯାଇଛି । ବର୍ତ୍ତମାନ କୋଭିସିଲ୍ଡ ନେବା ପରେ ଟିଟିଏସ ବୋଲି ଏକ ସିଣ୍ଡ୍ରୋମ ଦେଖାଦେଉଥିବା ଚର୍ଚ୍ଚା ହେଉଛି । ଯାହା କି ରକ୍ତ ଜମାଟ ବାନ୍ଧିବା ଓ ଦେହରେ ପ୍ଲେଟଲେଟର ମାତ୍ରା କମିଯିବାକୁ ସୂଚାଏ । ମେ’ ମାସରୁ ଏହା ସାମ୍ନାକୁ ଆସିଥିଲା । ପୂର୍ବରୁ ଭାରତ ସରକାର ନିର୍ଦ୍ଦେଶାବଳୀ ଜାରି କରିଥିଲେ ଟିକା ନେଲା ପରେ ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ । ଯାହାକି କମ୍ ଅର୍ଥାତ ୧୦ଲକ୍ଷରେ ୦ ଦଶମିକ ୬୧ । ତାକୁ ଦୃଷ୍ଟିରେ ରଖି ସେହି ସମୟରେ ସବୁ ବ୍ୟବସ୍ଥା କରାଯାଇଥିଲା । ଟିକା ନେବାର ୩ବର୍ଷ ବିତିଯାଇଥିବାରୁ ଏହାର ପାର୍ଶ୍ୱ ପ୍ରତିକ୍ର୍ରିୟା ଦେଖାଯିବାର କୌଣସି ସମ୍ଭାବନା ନାହିଁ । ତେଣୁ ଜନସାଧାରଣ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Related Articles

Back to top button