ଶ୍ରମିକମାନଙ୍କ ପାଇଁ ଦ୍ୱିପ୍ରହର ୧୨ଟାରୁ ୩ଟା ପର୍ଯ୍ୟନ୍ତ ଛୁଟି ରଖିବା ଲାଗି ଆଦେଶ ଦେଇଛନ୍ତି ଦିଲ୍ଲୀର ଉପ-ରାଜ୍ୟପାଳ

ଦିଲ୍ଲୀର ଉପ-ରାଜ୍ୟପାଳ ବିନୟ କୁମାର ସାକ୍ସେନା ପ୍ରବଳ ଖରାକୁ ଦେଖି ଶ୍ରମିକମାନଙ୍କ ପାଇଁ ଦ୍ୱିପ୍ରହର ୧୨ଟାରୁ ୩ଟା ପର୍ଯ୍ୟନ୍ତ ଛୁଟି ରଖିବା ଲାଗି ଆଦେଶ ଦେଇଛନ୍ତି । ଏଥିସହ ଉପ-ରାଜ୍ୟପାଳ ନିର୍ମାଣ ସ୍ଥଳରେ ମଜୁରିଆଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଏବଂ ପଇଡ଼ ପାଣି ଉପଲବ୍ଧ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ବସ୍ ଷ୍ଟାଣ୍ଡରେ ମାଠିଆରେ ପାଣି ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବଳ ଖରା ଅର୍ଥାତ ହିଟୱେଭକୁ ନେଇ ଏପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବା ତାଙ୍କ ମନ୍ତ୍ରୀମାନଙ୍କ ପକ୍ଷରୁ ଅନେକ ପଦକ୍ଷେପ ନ ଉଠାଇବାକୁ ନେଇ ଉପ-ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀ ବିକାଶ ପ୍ରାଧିକରଣ ୨୦ ମେ ରେ ଏପରି କରୁଛନ୍ତି । ହେଲେ ଆମ ଆଦମୀ ପାର୍ଟୀର ସରକାରଙ୍କ ଅଧିନରେ ଥିବା ଡିଜେବି, ପିଡବ୍ଲ୍ୟୁଡି, ଏମସିଡି ଏପର୍ଯ୍ୟନ୍ତ ତାହା କରୁନାହାନ୍ତି ।

Related Articles

Back to top button