ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ
ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଗତକାଲି ଓ ଆଜି ଦୁଇଦିନ ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡିଶା କନକ୍ଲେଭ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବା ସହିତ ଅନେକ ଶିଳ୍ପପତିମାନେ ମଧ୍ୟ ଯୋଗଦେଇଥିଲେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ଖୋଲା ରହିବ । ସାଧାରଣ ଲୋକମାନେ ଏହି ପ୍ରଦର୍ଶନୀକୁ ବୁଲିବା ପାଇଁ ସୁଯୋଗ ପାଇବେ ।ଓଡିଶାକୁ ବିକାଶ ଅଭିମୁଖେ ଅଗ୍ରସର କରାଇବା ପାଇଁ ବିଭିନ୍ନ ଚୁକ୍ତି ମଧ୍ୟ କରାଯାଇଛି । ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ବିଭିନ୍ନ ସଂସ୍ଥା ସହ ୫୪ଟି ଏମଓୟୁ ସ୍ୱାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ୧୪୫ MOU ସ୍ୱାକ୍ଷର କରାଯାଇଛି । ଏଥିମଧ୍ୟରେ ଶକ୍ତି, ପର୍ଯ୍ୟଟନ, ଫୁଡ ପ୍ରୋସେସିଂ, ହେଲଥ୍ କେୟାର, ସ୍କିଲ ଇନ୍ ଓଡ଼ିଶା ଆଦି ରହିଛି । ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡିଶା କନକ୍ଲେଭ ମାଧ୍ୟମରେ ଓଡ଼ିଶାରେ ପୁଞ୍ଜି ନିବେଶର ଆଶା ବଢିଛି ।