ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ବିଜେତାଙ୍କ ନାମ ହେଲା ଘୋଷଣା।

ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା। ରସାୟନ ବିଜ୍ଞାନରେ ୨୦୨୪ ର ନୋବେଲ ପୁରସ୍କାର ଡେଭିଡ୍ ବେକର, ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍ ଜମ୍ପରଙ୍କୁ ପ୍ରଦାନ କରାଯାଇଛି ବୋଲି ଘୋଷଣା କରିଛି ରୟାଲ୍ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସେସ୍। ବେକରଙ୍କୁ ‘କମ୍ପ୍ୟୁଟେଶନାଲ ପ୍ରୋଟିନ୍ ଡିଜାଇନ୍ ପାଇଁ’ ଏହି ପୁରସ୍କାର ମିଳିଛି।

‘ପ୍ରୋଟିନ୍ ଢାଞ୍ଚାର ପୂର୍ବାନୁମାନ’ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଜମ୍ପରଙ୍କୁ ମନୋନୀତ କରାଯାଇଛି। ୨୦୨୪ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଜୀବନର ସବୁଠାରୁ ସରଳ ରାସାୟନିକ ଉପକରଣ ପ୍ରୋଟିନ୍ ବିଷୟରେ। ରସାୟନ ବିଜ୍ଞାନ ବିଜେତା ଡେଭିଡ୍ ବେକର ସମ୍ପୂର୍ଣ୍ଣ ନୂଆ ପ୍ରକାରର ପ୍ରୋଟିନ୍ ତିଆରି କରିବାର ପ୍ରାୟ ଅସମ୍ଭବ ସଫଳତା ହାସଲ କରିଛନ୍ତି।ଡେଭିଡ ବେକର ୧୯୬୨ ମସିହାରେ ସିଏଟଲରେ ଜନ୍ମଗ୍ରହଣ କରିଥିଲେ । ୧୯୮୯ ମସିହାରେ ସେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ବେକର ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସର ସଦସ୍ୟ ଏବଂ ୱାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର ପ୍ରୋଟିନ ଡିଜାଇନର ନିର୍ଦ୍ଦେଶକ ଅଟନ୍ତି ।

ଡେମିସ୍ ହାସାବିସ୍ ୧୯୭୬ ମସିହାରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ । ହାସାବିସ୍ ୨୦୦୯ ରେ ବ୍ରିଟେନର ୟୁନିଭର୍ସିଟି କଲେଜ ଲଣ୍ଡନରୁ ପିଏଚଡି ହାସଲ କରିଥିଲେ, ଡିପ୍ ମାଇଣ୍ଡ ଏବଂ ଆଇସୋମୋର୍ଫିକ୍ ଲ୍ୟାବ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସହ-ପ୍ରତିଷ୍ଠାତା ଏବଂ ବ୍ରିଟେନ ସରକାରଙ୍କ ଏଆଇ ପରାମର୍ଶଦାତା ଅଟନ୍ତି ।୧୯୮୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମଗ୍ରହଣ କରିଥିବା ଜନ୍ ଜମ୍ପର ଚିକାଗୋ ବିଶ୍ୱବିଦ୍ୟାଳୟରୁ ପିଏଚଡି ଶେଷ କରିବା ସହ ବ୍ରିଟେନର ଲଣ୍ଡନସ୍ଥିତ ଗୁଗୁଲ ଡିପ୍ ମାଇଣ୍ଡରେ ଜଣେ ବରିଷ୍ଠ ଗବେଷଣା ବୈଜ୍ଞାନିକ ।

Related Articles

Back to top button