ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ରବିବାର ତାମିଲନାଡୁରେ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉ ହିଜ୍‌ବ-ଉତ-ତହରୀନ ମାମଲାରେ କରାଯାଇଛି। ଏନ୍‌ଆଇଏ କାର୍ଯ୍ୟାନୁଷ୍ଠାନ ବଳରେ ଇରୋଡ ଜିଲ୍ଲାରେ ମଧ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହା ପୂର୍ବରୁ ଏନ୍‌ଆଇଏ ଏହି ମାମଲାରେ ମଧ୍ୟପ୍ରଦେଶରେ ମଧ୍ୟ ଚଢ଼ାଉ କରିଥିଲା। ହିଜ୍‌ବ-ଉତ-ତହରୀନ ସହିତ ଜଡ଼ିତ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏନ୍‌ଆଇଏ ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ମୋଟ ୧୦ଟି ଠିକଣାରେ ଚଢ଼ାଉ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ଏନ୍‌ଆଇଏ ମଦୁରାଇରୁ ହିଜ୍‌ବ ଉତ ତହରୀନ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏନ୍‌ଆଇଏ ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିଭିନ୍ନ ଧାରା ସହିତ ବେଆଇନ ଗତିବିଧି ବଳରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଥିଲା ମହମ୍ମଦ ଇକବାଲ। ଅଭିଯୁକ୍ତ ସାମାଜିକ ଗଣମାଧ୍ୟମରେ ଏକ ବର୍ଗକୁ ଟାର୍ଗେଟ କରୁଥିଲା। ସେ ଆପତ୍ତିଜନକ ପୋଷ୍ଟ ସେୟାର କରୁଥିଲା, ଯେଉଁଥିରେ କି ସର୍ବସାଧାରଣ ବ୍ୟବସ୍ଥା ବିଗୁଡ଼ିଥିଲା।

Related Articles

Back to top button