ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଓ୍ବେବସାଇଟରେ ପ୍ରକାଶ ପାଇଛି ନିଟ୍‌-ୟୁଜି ପରୀକ୍ଷା ଫଳ

ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ ଏବଂ ନିର୍ଦେଶ ଅନୁସାରେ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନଟିଏ) ଓ୍ବେବସାଇଟରେ ଶନିବାର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନଟିଏ ଓ୍ବେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ତଥ୍ୟ ଉପଲବ୍ଧ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି। ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଗତ ୧୮ ତାରିଖରେ ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ଫଳାଫଳ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏନଟିଏ ଓ୍ବେବସାଇଟରେ ଫଳ ପ୍ରକାଶ କରିବାକୁ ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

Related Articles

Back to top button