ଏପ୍ରିଲ ୧୨ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ

ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଏପ୍ରିଲ ୧୨ରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ । ଏହା ସହିତ ମଧ୍ୟପ୍ରଦେଶର ବେତୁଲ ସଂସଦୀୟ ନିର୍ବାଚନମଣ୍ଡଳୀରେ ସ୍ଥଗିତ ରଖାଯାଇଥିବା ଭୋଟିଂର ବିଜ୍ଞପ୍ତି ମଧ୍ୟ ଶୁକ୍ରବାର ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ବେତୁଲ ଲୋକ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି ।ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୧୯ । ଏହାକୁ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୨ ଏପ୍ରିଲ । ଯେଉଁ ରାଜ୍ୟଗୁଡ଼ିକରେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦାଦର-ନଗର ହାଭେଲି, ଦାମନ ଏବଂ ଡିୟୁ, ଗୋଆ, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ନାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ ।

ସାତୋଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୧୯ ରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୬ ଏପ୍ରିଲରେ, ତୃତୀୟ ପର୍ଯ୍ୟାୟ ପାଇଁ ୭ ମେ, ଚତୁର୍ଥ ପର୍ଯ୍ୟାୟ ପାଇଁ ୧୩ ମେ, ପଞ୍ଚମ ପର୍ଯ୍ୟାୟ ପାଇଁ ୨୦ ମେ, ଷଷ୍ଠ ପର୍ଯ୍ୟାୟ ପାଇଁ ୨୫ ମେ ଏବଂ ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ୧ ଜୁନରେ ମତଦାନ ହେବ । ଏ ସମସ୍ତ ପର୍ଯ୍ୟାୟର ଫଳାଫଳ ଜୁନ୪ରେ ଘୋଷଣା କରାଯିବ ।ଏପ୍ରିଲ ୧୯ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୦୭ ଟି ଆସନରେ ମତଦାନ ହେବାକୁ ଯାଉଛି । ଏପ୍ରିଲ ୨୬ ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଟି ଆସନରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟ ଭୋଟ୍ ମେ ୭ ରେ ୯୪ ଟି ସିଟ୍ ପାଇଁ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟ ପାଇଁ ମେ ୧୩ ରେ ୯୬ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ ।

ପଞ୍ଚମ ପର୍ଯ୍ୟାୟ ମେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ ଯେଉଁଥିରେ ୪୯ ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ ୨୫ ରେ ଅନୁଷ୍ଠିତ ହେବ, ଯେଉଁଥିରେ ୫୭ ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ ରେ ଅନୁଷ୍ଠିତ ହେବ, ଯେଉଁଥି ପାଇଁ ୫୭ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ।

Related Articles

Back to top button