
କନ୍ୟା ସନ୍ତାନର ପିତାମାତା ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂହ
ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା। ଗଣେଶ ଚତୁର୍ଥୀ ପରଦିନ ଦୀପବୀରଙ୍କ ଘରକୁ ହୋଇଛି ଲକ୍ଷ୍ମୀଙ୍କ ଆଗମନ। ତେବେ ସେପ୍ଟେମ୍ବର ୨୮ରେ ଦୀପିକାଙ୍କ ପ୍ରସବ ହେବ ବୋଲି କୁହାଯାଉଥିବାବେଳେ ୨୦ ଦିନ ପୂର୍ବରୁ ସେପ୍ଟେମ୍ବର ୮ରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଦୀପବୀରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।ଶନିବାର ସନ୍ଧ୍ୟାରେ ଦୀପିକା ଓ ରଣବୀର ସିଂହ ହସ୍ପିଟାଲ ଯାଉଥିବା ନଜର ଆସିଥିଲେ। ଦୀପିକାଙ୍କୁ ତାଙ୍କ ମାଆ ଉଜ୍ଜଲା ପାଦୁକୋନ ଓ ସ୍ଵାମୀ ରଣବୀର ସିଂହଙ୍କ ସହ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଖୁସି ଖବରକୁ ଅପେକ୍ଷା କରିଥିଲେ ପ୍ରଶଂସକ, ଆଉ ଆଜି ମିଳିଛି ସେହି ଖୁସିଖବର। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦୀପିକା ଗର୍ଭବତୀ ଥିବା ଘୋଷଣା କରିଥିଲେ ଏହି ଦମ୍ପତି।