ସଂସଦରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ୧୭ ଜଣ ସାଂସଦ ଓ ୨ ସଂସଦୀୟ ସ୍ଥାୟୀ କମିଟିକୁ ପ୍ରଦାନ କରାଯିବ ସଂସଦ ରତ୍ନ ପୁରସ୍କାର ୨୦୨୫

ସଂସଦରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ୧୭ ଜଣ ସାଂସଦ ଓ ୨ ସଂସଦୀୟ ସ୍ଥାୟୀ କମିଟିକୁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯିବ । ଏହି ପୁରସ୍କାର ସଂସଦରେ ସକ୍ରିୟତା, ତର୍କରେ ଭାଗନେବା, ପ୍ରଶ୍ନ ପଚାରିବା ଓ ବିଧେୟକ ପାରିତ କାର୍ଯ୍ୟକ୍ରମରେ ଯୋଗଦାନ ଆଧାରରେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପ୍ରାଇମ ୱାଇଣ୍ଟ ଫାଉଣ୍ଡେସନ ତରଫରୁ ଆରମ୍ଭ କରାଯାଇଛି । ଚଳିତ ବର୍ଷ ଏନେଇ ବିଜେତାଙ୍କ ଚୟନ ଏକ ଜୋରି କମିଟି ଦ୍ୱାରା ସ୍ଥିର କରାଯାଇଛି । ଏହି କମିଟିର ଅଧ୍ୟକ୍ଷତା ହଂସରାଜ ଅହୀର (ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ) କରିଛନ୍ତି । ସେ କହିଛନ୍ତି କି, ଏହି ପୁରସ୍କାର ସେହି ସାଂସଦମାନଙ୍କୁ ଦିଆଯିବ, ଯିଏ ଲୋକତନ୍ତ୍ରକୁ ମଜବୁତ କରିବାକୁ ସଂସଦରେ ସର୍ବୋଚ୍ଚ ଯୋଗଦାନ ଦେଇଛନ୍ତି ।

Related Articles

Back to top button