ସଂସଦରେ ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ସଂସଦରେ ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ଗ୍ୟାରେଣ୍ଟିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର ଆରମ ଲକ୍ଷ୍ୟ ବୋଲି ସେ କହିଛନ୍ତି। ବିକଶିତ ଭାରତର ସ୍ବପ୍ନକୁ ଶକ୍ତି ଯୋଗାଇବ ଏହି ବଜେଟ୍ । ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆଜି ଶ୍ରାବଣର ପ୍ରଥମ ସୋମବାର। ଏହି ପବିତ୍ର ଦିନରେ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି। ମୁଁ ଶ୍ରାବଣ ପ୍ରଥମ ସୋମବାର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆଜି ପୂରା ଦେଶର ନଜର ଏକ ସକରାତ୍ମକ ଅଧିବେଶନ ଉପରେ ରହିଛି। କାଲି ଆମେ ବଜେଟ୍ ଉପସ୍ଥାପନ କରିବୁ। ଏହି ଅମୃତକାଳର ଗୁରୁତ୍ବପୂର୍ଣ୍ଣ ବଜେଟ। ଆମକୁ ସେବା କରିବାର ଯେଉଁ ୫ ବର୍ଷର ସୁଯୋଗ ମିଳିଛି, ଏହି ବଜେଟ୍ ଆମର ୫ ବର୍ଷର ଦିଗ ନିର୍ଦ୍ଧାରଣ କରିବ। ଏହି ବଜେଟ୍ ୨୦୪୭ ବିକଶିତ ଭାରତର ସ୍ବପ୍ନକୁ ବଳ ଯୋଗାଇବ।

Related Articles

Back to top button