ମଙ୍ଗଳବାରଠୁ ବ୍ୟାଙ୍କରେ ଆରମ୍ଭ ହେବ ୨ ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା

ଭୁବନେଶ୍ଵର: ମଙ୍ଗଳବାରଠୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେଉଛି । ଏହାପୂର୍ବରୁ ନୋଟକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ଅବଧି ରହିଛି । ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ବ୍ୟାଙ୍କରେ ଗହଳି କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ବ୍ୟାଙ୍କ ଗୁଡିକରେ ନୋଟ୍ ବଦଳାଇବାକୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ୨ ହଜାର ଟଙ୍କିଆ ନୋଟ୍ ବୈଧ ରହିବ ବୋଲି ମଧ୍ୟ ସେ କହିଛନ୍ତି । ନୋଟକୁ ଦେଖାଦେବାକୁ ସ୍ଥିତି ଉପରେ ଆରବିଆଇର କରେନ୍ସି ମ୍ୟାନେଜମେଂଟ ନଜର ରଖିଛି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ ।

 

Related Articles

Back to top button