ସଜ୍ଜା କାଟୁଥିବା ଅମୃତପାଲଙ୍କ ଏନଏସଏ ଅବଧିକୁ ୧ ବର୍ଷ ବୃଦ୍ଧି କରିଛନ୍ତି ପଞ୍ଜାବ ସରକାର

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହଙ୍କୁ ଲାଗିଛି ଏକ ବଡ଼ ଝଟକା । ଆସାମର ଦିବ୍ରୁଗଡ଼ ଜେଲରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ସଜ୍ଜା କାଟୁଥିବା ଅମୃତପାଲଙ୍କ ଏନଏସଏ ଅବଧିକୁ ୧ ବର୍ଷ ବୃଦ୍ଧି କରିଛନ୍ତି ପଞ୍ଜାବ ସରକାର । ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ଅମୃତପାଲ ପଞ୍ଜାବର ଖଡୁର ସାହିବ ଆସନରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ । ଅମୃତପାଲଙ୍କ ଏନଏସଏ ଅବଧିକ ବୃଦ୍ଧି କରାଯାଇଥିବା ନେଇ ତାଙ୍କର ଓକିଲ ସୂଚନା ଦେଇଛନ୍ତି ।

ଅମୃତପାଲ ଓ ତାଙ୍କର ୯ ଜଣ ସହଯୋଗୀଙ୍କ ଏନଏସଏ ଅବଧି ଗତ ୧୮ରେ ସମାପ୍ତ ହୋଇସାରିଛି । ତେଣୁ ଅମୃତକପାଲଙ୍କ ମୁକ୍ତି ନେଇ ତାଙ୍କର ସମର୍ଥକ ଓ ପରିବାର ପକ୍ଷରୁ ପ୍ରୟାସ କରାଯାଉଥିଲା । ସାଂସଦ ଭାବେ ଶପଥ ଗ୍ରହଣ କରିବା ପାଇଁ ଅମୃତପାଲଙ୍କୁ ସୁଯୋଗ ଦେବାକୁ ଦାବି କରାଯାଉଥିଲା । ଏପରି ସ୍ଥିତିରେ ଏନଏସଏ ଅବଧିକୁ ବୃଦ୍ଧି କରାଯିବା ଫଳରେ ଅମୃତପାଲଙ୍କୁ ଏକ ଶକ୍ତ ଝଟକା ଲାଗିଛି । ତେବେ କେବେ ଓ ଆଉ କିପରି ସାଂସଦ ଭାବେ ଅମୃତପାଲ ଶପଥ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଗତ ବର୍ଷ ମାର୍ଚ୍ଚ ମାସରେ ଅମୃତପାଲଙ୍କ ଉପରେ ଏନଏସଏ ଲାଗୁ କରାଯାଇଥିଲା । ସାଧାରର ଭାବେ ଏନଏସଏ ଆଦେଶ ୧ ବର୍ଷ ପାଇଁ ପ୍ରଭାବୀ ରହିଥାଏ । ମାତ୍ର ତାହାକୁ ଏକ ବର୍ଷ ମଧ୍ୟରେ ଦୁଇଥର ବଢ଼ାଇ ଦିଆଯାଇଥିଲା । ନିର୍ବାଚିତ ହେବାର ୬ ମାସ ମଧ୍ୟରେ ସଂସଦ ପହଞ୍ଚି ଅମୃତପାଲ ସାଂସଦ ଭାବେ ଶପଥ ଗ୍ରହଣ କରିବା ନେଇ ନିୟମ ରହିଛି । ଏଥିପାଇଁ ତାଙ୍କୁ ଏକ ଦିନ ପାଇଁ ପାରୋଲ ମିଳିପାରେ ।

Related Articles

Back to top button