ଆଶ୍ବସ୍ତ ହେଲେ ରାଜଧାନୀବାସୀ , ଦିଲ୍ଲୀରେ ହେଲା ବର୍ଷା ।

ଦିଲ୍ଲୀରେ ହେଲା ବର୍ଷା । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ପାଲଟିଥିଲା । ଯାହାଦ୍ୱାରା ଅସ୍ତବ୍ୟସ୍ତ ହେଉଥିଲା ଜୀବନ । ଦିଲ୍ଲୀର ଏଭଳି ଅବସ୍ଥାରେ ଲୋକ ମାନେ ଘରୁ ବାହାରି ପାରୁନଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଦିଲ୍ଲୀବାସୀ । ଖାଲି ସେତିକି ନୁହେଁ ଦିଲ୍ଲୀର ଅବସ୍ଥା ଏପରି ହୋଇଯାଇଥିଲା ପ୍ରଦୂଷଣରେ ଚର୍ମ ଓ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଯେଉଁଥିପାଇଁ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ କରାଯାଇଥିଲା ।

ତେବେ ଏକମାତ୍ର ଭରସା ବର୍ଷା ଥିଲାବେଳେ ପ୍ରଶାସନ ତରଫରୁ କୃତ୍ରିମ ବର୍ଷା କରାଇବାର ବ୍ୟବସ୍ଥା କରାଯାଇଥିଲା ।ହେଲେ ପ୍ରକୃତି ରାଣୀର ଆଶୀର୍ବାଦରେ ଦିଲ୍ଲୀକୁ ସହ ହୋଇଛି ବର୍ଷା । ଅଚାନକ ପାଗ ପରିବର୍ତ୍ତନ ହୋଇ ଦିଲ୍ଲୀରେ ହୋଇଛି ବର୍ଷା । ଯାହାଫଳରେ ଲୋକମାନେ ଆସ୍ୱସ୍ଥି ଅନୁଭବ କରିଛନ୍ତି । ଦିଲ୍ଲୀ ଓ ନୋଏଡା ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି ।ଏହି ସାମାନ୍ୟ ବର୍ଷାରେ ଭାସମାନ ପ୍ରଦୂଷଣର କଣିକା ତଳକୁ ଖସି ଆସିଛି । ବର୍ଷା ହେବାରୁ ଏକ୍ୟୁଆଇ ୪୦୦ ରୁ ୧୦୦ କୁ ହ୍ରାସ ହୋଇଛି । ଯାହା ଫଳରେ ପ୍ରଦୂଷଣରେ ଛଟପଟ ହେଉଥିବା ଦିଲ୍ଲୀବାସୀଙ୍କୁ ସାମାନ୍ୟ ମୁକ୍ତି ମିଳିଛି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏଥୁପାଇଁ ଭାରତୀୟ ପ୍ରୟୋଗିକ ସଂସ୍ଥାନ (IIT) କାନପୁରର ସହଯୋଗ ନେଇଥୁଲେ ଦିଲ୍ଲୀ ସରକାର । କୃତ୍ରିମ ଉପାୟରେ ଦିଲ୍ଲୀ ଓ ଏନ୍‌ସିଆର୍‌ରେ ବର୍ଷା କରାଇବା ଫଳରେ ବାୟୁମଣ୍ଡଳରେ ବୁଲୁଥିବା ବିଷାକ୍ତ କଣିକାକୁ ହ୍ରାସ କରିବା ଉପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା ୨୦ କିମ୍ବା ୨୧ ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ସୂଚନା ମିଳିଥିଲା । ମାତ୍ର ଏବେ ରାଜଧାନୀବାସୀଙ୍କୁ ପ୍ରକୃତିରାଣୀ ସାହା ହେବାରୁ ଅଚାନକ ବର୍ଷା ହେବାରୁ ପାଗରେ ପରିବର୍ତ୍ତନ ହୋଇଛି ଏବଂ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ମିଳିଛି ।

Related Articles

Back to top button