
ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’
ମୁମ୍ବାଇ, : ବାତ୍ୟା ‘ବିପର୍ଯ୍ୟୟ’ ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ଜୁନ ୧୫ରେ ଝଡ଼ର ପ୍ରକୋପ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସତର୍କତା ଅନୁଯାୟୀ ରେଳବାଇ ବିଭାଗ ୯୫ଟି ଟ୍ରେନକୁ ବାତିଲ କରିଦେଇଛି। ପଶ୍ଚିମ ରେଳବାଇ କହିଛି ଏହି ଟ୍ରେନଗୁଡିକ ଜୁନ ୧୫ ପର୍ଯ୍ୟନ୍ତ ବାତିଲ ରହିବ। ଏପର୍ଯ୍ୟନ୍ତ ୩୭ ହଜାରରୁ ଅଧିକ ଲୋକଙ୍କୁ ଗୁଜରାଟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।