ସମ୍ଭଲରେ ଖୋଲିଲା ୧୯୭୮ ମସିହାରୁ ବନ୍ଦ ଥିବା ପୁରୁଣା ମନ୍ଦିର

ଉତ୍ତରପ୍ରଦେଶ ସ୍ଥିତ ସମ୍ଭଲରେ ଏକ ମନ୍ଦିର ପୁଣିଥରେ ଖୋଲାଯାଇଛି । ନଗର ହିନ୍ଦୁ ସଭାକୁ ସଂକ୍ଷକ ବିଷ୍ଣୂ ଶରଣ ରାସ୍ତୋଗୀଙ୍କ ଦାବି ରହିଛି ଯେ, ୧୯୭୮ ମସିହା ପରେ ଏହି ମନ୍ଦିର ଖୋଲାଗଲା । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପୁରୁଣା ମନ୍ଦିରରେ ପୋଲିସ ନଜର ଆସିଛି । ପୋଲିସ ଏହି ବନ୍ଦ ପଡିଥିବା ମନ୍ଦିରକୁ ଖୋଲିଛି ।୧୯୭୮ ମସିହାରୁ ବନ୍ଦ ଥିବା ଏହି ପୁରୁଣା ମନ୍ଦିରକୁ ପୋଲିସ ଦ୍ୱାରା ଖୋଲାଯାଇଛି । କୁହାଯାଇଛି ଯେ, ଏଠାରେ ଜଣ ପୂଜାରୀ ରହୁଥିଲେ, ସେ ଭୟଭିତ ହୋଇ ମନ୍ଦିର ଛାଡି ପଳାୟନ କରିଥିଲେ । ପୂଜାରୀଙ୍କ ଅନୁଯାୟୀ, ଏଠାରେ ପୂଜା ପାଠ ଏବଂ ଆରତୀ କରିବା ଲାଗି ସାହସ ନଥିଲା । ଏହି କାରଣରୁ ସେ ନିଜ କୋଠା ବିକ୍ରି କରି ଏବଂ ମନ୍ଦିରରେ ତାଲା ପକାଇ ଚାଡି ଚାଲି ଯାଇଥିଲେ ।

ମନ୍ଦିର ପାଖେ ନିର୍ମାଣ ହୋଇଥିବା କୂଅକୁ ଅନ୍ୟ ସଂପ୍ରଦାୟମାନେ ପୋତି ଦେଇଥିଲେ । ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା କମ୍ ଥିବାରୁ ସମସ୍ତ ଲୋକେ ଏଠାରୁ ପଳାୟନ କରୁଥିଲେ । ବର୍ତ୍ତମାନ ଶନିବାର ଦିନ ବିଦ୍ୟୁତ ଚେକିଂ ସମୟରେ ପ୍ରଶାସନର ନଜର ଏହି ମନ୍ଦରି ଉପରେ ପଡିଥିଲା । ଏହାପରେ ଜଣେ ପୂଜାରୀଙ୍କୁ ଡକାଯାଇ ମନ୍ଦିରର ତାଲା ଖୋଲାଯାଇଥିଲା । ପୋଲିସ ଅଧିକାରୀ ମନ୍ଦିର ଭିତରକୁ ସଫା କରିଥିଲେ । ଏଠାରେ ଭଗବାନ ଶିବଙ୍କ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ଥିଲା ।ଏହି ସଂପୂର୍ଣ୍ଣ ମାମଲା ସମ୍ଭଲର ଥାନା ନଖାସା ଅଞ୍ଚଳର ମୋହଲ୍ଲା ଖଗୁ ସରାୟ ମହଲାର ଅଟେ । ଏହି ମାମଲାକୁ ନେଇ ଏସପି ଶ୍ରୀଶ ଚନ୍ଦ୍ର କହିଛନ୍ତି ଯେ, ଯାଞ୍ଚ ସମୟରେ ଜଣାପଡିଥିଲା ଯେ; କିଛି ଲୋକେ ମନ୍ଦିର ଉପରେ ଘର ନିର୍ମାଣ କରି ଅକ୍ତିଆର କରିନେଇଥିଲେ । ମନ୍ଦିରକୁ ସଫା କରାଯାଇଛି ଏବଂ ମନ୍ଦିର ଉପରେ ଅକ୍ତିଆର କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Articles

Back to top button