ଟେଲିଗ୍ରାମରେ ଲିକ ହୋଇଥିଲା ୫୦୦୦ ଟଙ୍କାରେ ଡିଲ୍ ହେଉଥିଲା UGC-NET ର ପେପର

ନୀଟ ବିବାଦ ପରେ ୟୁଜିସି-ନେଟର ପେପର ଲିକ ହେବାରେ ପରୀକ୍ଷା କରିବାକୁ ଥିବା ଏଜେନ୍ସି ଏନଟିଏ ପ୍ରଶ୍ନ ଘେରରେ ଅଛନ୍ତି । ଶିକ୍ଷା ମନ୍ତ୍ରାଳୟ ପେପର ଲିକ ହେବାର ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି, ଏବଂ ଏନଟିଏର ସମୀକ୍ଷା କରିବା ପାଇଁ ଏକ ଟିମ ଗଠନ କରିଛନ୍ତି । ଗୃହମନ୍ତ୍ରାଳୟର ୧୪ ସି କୁ ପେପର ଲିକ ସହ ଜଡିତ ଇନପୁଟ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ଜରିଆରେ ପେପର ଲିକ କରାଯାଇଥିଲା ଏବଂ ଗୋଟିଏ ପୂର୍ବରୁ ପେପର ପାଇଁ ଟଙ୍କା ମାଗୁଥିଲେ ।

ରିପୋର୍ଟ ମୁତାବକ ଟେଲିଗ୍ରାମରେ ପ୍ରଶ୍ନପତ୍ରର ସ୍କ୍ରିନସର୍ଟ ଏବଂ ଅନେକ ଲିଙ୍କ ପୋଷ୍ଟ କରାଯାଉଥିଲା । ପରେ ଯେତେବେଳେ ଶିକ୍ଷା ମନ୍ତ୍ରାଳୟ ସେହି ପେପରକୁ ମ୍ୟାଚ କରାଇଥିଲେ ସେତେବେଳେ ଏହି ପ୍ରଶ୍ନ ସମାନ ଥିଲା । ୧୪ ସି ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁଜିସି ନେଟର ପ୍ରଶ୍ନ ପେପର ଟେଲିଗ୍ରାମରେ ୫ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ଅଧିକାରୀମାନଙ୍କୁ ଅନ୍ୟ ଏକ ଗ୍ରୁପ ବିଷୟରେ କୁହାଯାଇଥିଲା ଯେ, ୧୦ ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ର ବିକ୍ରି କରାଯାଉଥିଲା । ଠିକ ପରୀକ୍ଷାର ପୂର୍ବ ଦିନରେ ଅନେକ ସାରା ଗ୍ରୁପରେ ପେପର ଉପଲବ୍ଧ ଥିଲା ।

Related Articles

Back to top button