
୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ କରିଛି । ଏହି ଜେନେରିକ ଔଷଧ ଉତ୍ପାଦନ ଦ୍ୱାରା ସେଗୁଡ଼ିକ ଶସ୍ତାରେ ଲୋକମାନଙ୍କୁ ମିଳିପାରିବ। ୪ଟି ବିରଳ ରୋଗର ଚିକିତ୍ସା ପାଇଁ ସେହି ଔଷଧ ଗୁଡ଼ିକୁ ବ୍ୟବହାର କରାଯାଇଥାଏ। ଏହି ଔଷଧ ଗୁଡ଼ିକ ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଛି । ଟାଇରୋସିନେମିଆ ଟାଇପ୍- ୱାନ୍, ଗୌଚର୍ସ ଡିଜିଜ୍, ୱିଲ୍ସନ୍ସ ଡିଜିଜ୍ ଓ ଡ୍ରାଭେଟ୍ ଲେନୋକ୍ସ ଗାଷ୍ଟାଉଟ୍ ସିଣ୍ଡ୍ରୋମ୍ ର ଚିକିତ୍ସା ପାଇଁ ସେହି ଔଷଧର ବ୍ୟବହାର କରାଯିବ ।
ନୀତି ଆୟୋଗର ସଦସ୍ୟ ଡକ୍ଟର ବି.କେ. ପଲ୍ କହିଛନ୍ତି ୮ଟି ଔଷଧ ମଧ୍ୟରୁ ୪ଟି ଜେନେରିକ ଔଷଧ ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଛି। ଅନ୍ୟ ୪ଟି ଔଷଧ ଅନୁମୋଦନର ଅପେକ୍ଷାରେ ରହିଛି। ସେ କହିଛନ୍ତି ଭାରତୀୟ ଔଷଧ ଉତ୍ପାଦନକାରୀମାନେ ସେଗୁଡ଼ିକୁ ଉତ୍ପାଦନ କରୁଛନ୍ତି । ଟାଇରୋସେନେମିଆ ଟାଇପ୍-ୱାନ୍ ରୋଗ ପାଇଁ ନିଟିସିନୋନ୍ ଔଷଧର ବିକାଶ କରାଯାଇଛି । ପୂର୍ବରୁ ଏହି ଔଷଧକୁ ଆମଦାନୀ କରାଯାଉଥିଲା। ଟାଇରୋସେନେମିଆ ଟାଇପ୍-ୱାନ୍ ରେ ଜଣ୍ଡିସ୍, ଯକୃତ ଅକାମୀ ଓ ଯକୃତ କର୍କଟ ରୋଗ ହୋଇଥାଏ।ଏଲିଗ୍ଲୁଷ୍ଟାଟ୍ ଔଷଧ’ ଗୌଚର୍ସ ଡିଜିଜ୍ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଗୌଚର୍ସ ଡିଜିଜ୍ରେ ଯକୃତ ଫୁଲି ଯାଇଥାଏ। ୱିଲ୍ସନ୍ସ ଡିଜିଜ୍ ପାଇଁ ଟ୍ରାଇଲେନ୍ଟାଇନ୍ ଔଷଧର ବ୍ୟବହାର କରାଯାଇଥାଏ। ଡ୍ରାଭେଟ୍ କିମ୍ବା ଲେନୋକ୍ସ ଗାଷ୍ଟାଉଟ୍ ପାଇଁ ଚତୁର୍ଥ ଔଷଧଟିର ବ୍ୟବହାର କରାଯାଇଥାଏ ।