ଦ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଆମେରିକା : ପ୍ରଶଂସା କଲା ଭାରତ

ପହଲଗାଓଁରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)କୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ଆମେରିକାର ଏହି ପଦକ୍ଷେପକୁ ଭାରତ ପ୍ରଶଂସା କରିଛି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ପୋଷ୍ଟ କରି ଲେଖିଛନ୍ତି, ଏହି ନିଷ୍ପତ୍ତି ଭାରତ ଏବଂ ଆମେରିକାର ଆତଙ୍କବାଦ ନିରୋଧ ସହଯୋଗ କ୍ଷେତ୍ରରେ ଏକ ଦୃଢ଼ ପଦକ୍ଷେପ। ଟିଆରଏଫ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ସେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପହଲଗାଓଁ ଆକ୍ରମଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା।ଆମେରିକାର ବୈଦେଶିକ ବିଭାଗ ଏକ ବିବୃତି ଜାରି କରି ଟିଆରଏଫକୁ ବିଦେଶ ଆତଙ୍କବାଦୀ ସଂଗଠନ(ଏଫଟିଓ) ଏବଂ ସ୍ଵତନ୍ତ୍ର ଭାବେ ନାମିତ ବିଶ୍ଵ ଆତଙ୍କବାଦୀ(ଏସଡିଜିଟି) ବୋଲି ଘୋଷଣା କରିଥିଲା। ଟିଆରଏଫ ହେଉଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା(ଏଲଇଟି)ର ସହଯୋଗୀ ସଂଗଠନ।

Related Articles

Back to top button