ଉଦଘାଟନ ହେଲା ବିଶ୍ୱର ସବୁଠାରୁ ଲମ୍ବା ଟନେଲ ।

ଉଦଘାଟନ ହେଲା ବିଶ୍ୱର ସବୁଠାରୁ ଲମ୍ବା ଟନେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ବିଶ୍ୱର ସବୁଠୁ ଲମ୍ବା ଟନେଲ ସେଲା ଟନେଲ କୁ ଉଦଘାଟନ କରିଛନ୍ତି । ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏହାର ଉଦଘାଟନ କରିଛିନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚୀନ ସୀମା ସହିତ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଏବଂ କାମଙ୍ଗ ଅଂଚଳରେ ଥିବା ସେନାକୁ ସୁବିଧା ପ୍ରଦାନ କରିବ। । ତେବେ ୨୦୧୯ ମସିହା ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ ଏହି ଟନେଲର ଶିଳାନ୍ୟାସ କରିଥିଲେ । ଏହି ସେଲା ଟନେଲକୁ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ କରାଯାଇଛି । ଆଉ ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟନେଲ ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଂଚି ହେବ । ବିଶେଷକରି ଭାରତୀୟ ସେନାଙ୍କ ପାଇଁ ଏହି ଟନେଲ ବେଶ ସହାୟକ ହେବ । ଏବଂ ପ୍ରତିଦିନ ଏହି ଟନେଲରେ ୩ ହଜାର କାର , ୨ ହଜାର ଟ୍ରକ ବିନା ଟ୍ରାଫିକ ସମସ୍ୟାରେ ଯିବା ଆସିବା କରିପାରିବେ । ଏହାସହ ଏହି ଟନେଲ ଭିତରେ ୮୦ କିଲୋମିଟର ବେଗରେ ଗାଡି ଯିବା ଆସିବା କରିପାରିବ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଆଜି ମୁଁ ଉତର- ପୂର୍ବର ସମସ୍ତ ରାଜ୍ୟ ସହିତ ବିକଶିତ ଉତର -ପୂର୍ବର ଏହି ଉତ୍ସବରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଲି ଏହାସହିତ ବିକଶିତ ରାଜ୍ୟରୁ ବିକଶିତ ଦେଶ ପର୍ଯ୍ୟନ୍ତ ଭାରତର ଜାତୀୟ ଉତ୍ସବ ସମଗ୍ର ଦେଶରେ ଦ୍ରୁତ ଗତିରେ ଜାରି ରହିଛି ।

Related Articles

Back to top button