ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି ବୋଲି କହିଲେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ

ବିଶ୍ବରେ ଚହଳ ପକାଇଛି ଟ୍ରମ୍ଫଙ୍କ ଟାରିଫ୍ ବାଣ, ବିଶେଷ କରି ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍‌କୁ ନେଇ ତିକ୍ତତା ଦେଖାଦେଇଛି । ଦୁଇ ଦେଶ ପରସ୍ପର ଉପରେ ଶୁଳ୍କ ଲଗାଉଛନ୍ତି । ଏହାରି ଭିତରେ ଆମେରିକା- ଭାରତ ଟ୍ରେଡ଼ ଟକ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ହୋଇଛି । ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ।ଇଣ୍ଡିଆ-ଇଟାଲୀ ବିଜ୍‌ନେସ ଫୋରମକୁ ସମ୍ବୋଧିତ କରି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି, ” ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି . ଉଭୟ ପକ୍ଷ ଯେତେବେଳେ ସେମାନଙ୍କ ଆବଶ୍ୟକତା ଏବଂ ସମସ୍ୟାକୁ ବୁଝିବା ସହ ସମ୍ବେଦନଶୀଳ ହେବେ ସେବେ ଆଲୋଚନା ପାଇଁ ରାସ୍ତା ବାହାରିବ । ବିକଶିତ ଭାରତ ୨୦୪୭କୁ ନଜରରେ ରଖି ‘ଇଣ୍ଡିଆ ଫାଷ୍ଟ’ ଆଧାରରେ ଆମର ସବୁ ବାଣିଜ୍ୟିକ ଆଲୋଚନା ଠିକ୍‌ ଭାବେ ଅଗ୍ରଗତି କରୁଛି ।

ଗନ୍‌ ପଏଣ୍ଟ ବା ବାଧ୍ୟବାଧକତାରେ କାହାକୁ କୌଣସି ଆଲୋଚନାରେ କାହାକୁ ସାମିଲ କରାଇ ହେବନି । ଠିକ୍‌ ସମୟ ଆସିଲେ ତ୍ୱରିତ ଆଲୋଚନା ସମ୍ଭବ । ସେହି ସମୟ ଯାଏ ଦେଶ ଏବଂ ଲୋକଙ୍କ ସ୍ୱାର୍ଥ ରକ୍ଷା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ୯୦ ଦିନିଆ ଟାରିଫ୍‌ ଆଶ୍ୱସ୍ତି ପରେ ଏବେ ୭୫ ଦେଶ ଆମେରିକା ସହ ଆଲୋଚନା କରିବା ଲାଗି ଅଗ୍ରସର ହୋଇଛନ୍ତି । ”

Related Articles

Back to top button