ଜମ୍ମୁ କଶ୍ମୀରର LOC ନିକଟରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ କଶ୍ମୀରର LOC ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ସୂଚନା ରହିଛି। ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଯବାନ ଆହତ ହୋଇଥିବାର ଆଶଙ୍କା କରାଯାଉଛି ।ସୂଚନା ଅନୁସାରେ, LOC ନିକଟ ଗୁଲମାର୍ଗର ନାଗିନ୍ ପୋଷ୍ଟ ଅଞ୍ଚଳ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରାଯାଇଥିଲା। ପୋଲିସ ଏହି ଘଟଣାକୁ ନିଶ୍ଚିତ କରିଛି। ତେବେ ସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଜାରି କରାଯାଇ ନାହିଁ ।

Related Articles

Back to top button