
ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ନିହତ
ଛତିଶଗଡରେ ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦନ୍ତେଓ୍ବାଡା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ଏହି ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି। ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ହୋଇଛି।