ମଧ୍ୟପ୍ରଦେଶର କୁନୋ ପାର୍କରେ ପ୍ରାଣ ହରାଇଲା ବିଦେଶରୁ ଆସିଥିବା ତୃତୀୟ ଚିତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ପାର୍କରେ ବିଦେଶରୁ ଆସିଥିବା ଚିତାଙ୍କ ମଧ୍ୟରୁ ତୃତୀୟ ଚିତା ପ୍ରାଣ ହରାଇଛି । ଏହା ସହିତ ଗତ ତିନି ମାସରେ ତୃତୀୟ ଚିତାର ମୃତ୍ୟୁ ହୋଇଛି । ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲେ। ତେଣୁ ଦେଶରେ ଚିତାଙ୍କ ସଂଖ୍ୟା ବଢାଇବା ପାଇଁ ଭାରତ ସରକାର ନାମ୍ବିବିୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଆଣି ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ। ତେବେ ଆଜି କୁନୋ ଜାତୀୟ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପରସ୍ପର ସହ ସଂଘର୍ଷରେ ତୃତୀୟ ଚିତାଟିର ମୃତ୍ୟୁ ହୋଇଛି।

ଏହା ପୁର୍ବରୁ ଏପ୍ରିଲ ମାସରେ ଆଫ୍ରିକାରୁ ଆସିଥିବା ୬ ବର୍ଷିଅ ଉଦୟର ମୃତ୍ୟୁ ହୋଇଯାଇଥିଲା । ପୁର୍ବରୁ ଜୀବନ ହରାଇଥିବା ପ୍ରଥମ ଚିତା ନାମ୍ବିବିୟା ଦେଶରୁ ଆସିଥିଲା ଏବଂ ଦ୍ୱିତୀୟଟି ଦକ୍ଷିଣ ଆଫ୍ରିକାରୁ । ଦୁଇ ଚିତା ରୋଗରେ ପିଡ଼ିତ ହୋଇ ଜୀବନ ହରାଇଥିଲେ । ତେବେ ଏହି ତୃତୀୟ ଚିତା ଟି ଅନ୍ୟ ଚିତା ସହିତ ଲଡେଇ କାରଣରୁ ଜୀବନ ହରାଇଛି। ଏହାକୁ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଜସଭୀର ସିଂ ଚୌହାନ ନିଶ୍ଚିତ କରିଛନ୍ତି।

ସୂଚନାନୁସାରେ, ୧୧ ଦକ୍ଷିଣ ଆଫ୍ରିକା ଏବଂ ୪ ନାମିବିଆ ଚିତା କୁନୋ ଜାତୀୟ ଉଦ୍ୟାନର ବଡ଼ ଏନକ୍ଲୋଜରରେ ରଖାଯାଇଛି, ଯେଉଁମାନଙ୍କୁ ଖୁବ୍ ଶୀଘ୍ର ଖୋଲା ଜଙ୍ଗଲରେ ଛଡ଼ାଯିବ। ଖୋଲା ଜଙ୍ଗଲକୁ ଯିବା ପୂର୍ବରୁ ମଧ୍ୟ କୁନୋ ମ୍ୟାନେଜମେଣ୍ଟ ଏହି ପୁରୁଷ ଏବଂ ମହିଳା ଚିତାଙ୍କୁ ମେଣ୍ଟ (ପ୍ରଜନନ) କରିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକାର ଦୁଇଟି ଚିତାଙ୍କୁ ଏକ ବଡ଼ ଏନକ୍ଲୋଜରରେ ମହିଳା ଚିତା ନିକଟରେ ଛଡାଯାଇଥିଲା।

ଏହାପରେ କୁନୋ ଅଧିକାରୀମାନେ ସେମାନଙ୍କ ମିଳନକୁ ଅପେକ୍ଷା କରି ରହିଥିଲେ, କିନ୍ତୁ ମଝିରେ ମଝିରେ ଲଢ଼ିବା ବେଳେ ଉଭୟ ପୁରୁଷ ଚିତା ମହିଳା ଚିତା ଦକ୍ଷା ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। କିଛି ସମୟ ପରେ, ପୁରୁଷ ଚିତା ଅଲଗା ହେବା ମାତ୍ରେ ମହିଳା ଚିତାକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଯିବା ମାତ୍ରେ ଦକ୍ଷାର ମୃତ୍ୟୁ ହୋଇସାରିଥିଲା।

Related Articles

Back to top button