ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ନୋବେଲ ପୁରସ୍କାର
ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୩ ଜଣ ଅର୍ଥଶାସ୍ତ୍ରୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ଏହି ସମ୍ମାନ। ଡାରୋନ ଏସ୍ମୋଗ୍ଲୁ, ସାଇମନ ଜନ୍ସନ୍ ଓ ଜେମ୍ସ ଏ. ରବିନ୍ସନ୍ଙ୍କୁ ଅର୍ଥନୀତିରେ ମିଳିବ ନୋବେଲ୍। ସଂସ୍ଥାଗୁଡ଼ିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିବ ନୋବେଲ୍ ପୁରସ୍କାର।