
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ଝାଡଖଣ୍ଡରେ ୩ଦିନିଆ ରାଜ୍ୟ ଶୋକ ଘୋଷଣା
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ଝାଡଖଣ୍ଡରେ ୩ଦିନିଆ ରାଜ୍ୟ ଶୋକ ଘୋଷଣା କରାଯାଇଛି । ଝାଡଖଣ୍ଡ ସରକାର ଏବ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦଙ୍କ ସମ୍ମାନାର୍ଥେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଅଗଷ୍ଟରୁ ୬ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଝାଡଖଣ୍ଡର ଯୁଗ୍ମ ସଚିବ ଅଖିଳେଶ କୁମାର ସିହ୍ନା ଏକ ନିର୍ଦ୍ଦେଶ ଜାରି କରିଛନ୍ତ କହିଛନ୍ତି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଦୁଇ ଦିନ ବନ୍ଦ ରହିବ । ଆଜି ଓ ଆସନ୍ତକାଲି ପାଇଁ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ରାଜ୍ୟ ଶୋକ ସମୟରେ, ରାଜ୍ୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ କୌଣସି ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଶିବୁ ସୋରେନ ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ସୋମବାର ସକାଳେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ମୃତ୍ୟୁ ହୋଇଛି ।