ଅବୁଝାମାଡ଼ର ଜଙ୍ଗଲରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ
ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝାମାଡ଼ର ଘଞ୍ଚ ଜଙ୍ଗଲରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନକ୍ସଲ ସମ୍ବନ୍ଧୀୟ ସାମଗ୍ରୀ ଜବତ କରାଯାଇଛି।ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ସକାଳ ୮ଟାରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଓ ସୀମା ସୁରକ୍ଷା ବଳର ମିଳିତ ଟିମ୍ ଏହି ଅପରେସନରେ ନିୟୋଜିତ ଅଛନ୍ତି। ନାରାୟଣପୁର ଓ କାଙ୍କେର ଜିଲ୍ଲାର ସୀମା ନିକଟବର୍ତ୍ତୀ ଅବୁଝାମାଡ଼ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩ ଜଣ ସଶସ୍ତ୍ର ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନକ୍ସଲ ସମ୍ବନ୍ଧୀୟ ସାମଗ୍ରୀ ମିଳିଛି।