୧୮ଟି ବୁଲା କୁକୁରଙ୍କୁ ବିଷ ଦେଇ ମାରିବା ଅଭିଯୋଗରେ ତିନି ଜଣ ଗିରଫ

ଏଲୁରୁ: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାରେ ୧୮ଟି ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ତିନି ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସରପଞ୍ଚ ସାମିଲ ଅଛନ୍ତି।

ପୋଲିସ ସୂଚନା ଅନୁଯାୟୀ ଉକ୍ତ ତିନି ଜଣଙ୍କୁ ଜାମିନରେ ମୁକ୍ତ କରାଯାଇଛି। ସ୍ଥାନୀୟ ପଶୁ ଅଧିକାର ସାମାଜିକ କର୍ମୀ ଏନେଇ ସରପଞ୍ଚ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଜଣେ ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ଅଧିକାରୀ କୁକୁରଙ୍କୁ ମାରିବା ପାଇଁ ଏକ ଡିଲ୍ କରାଯାଇଥିଲା।

ସରପଞ୍ଚ ଏସ ରାଜୁ ଏବଂ ଗ୍ରାମପଞ୍ଚାୟତ ସଚିବ ସତୀଶ ବାବୁ ଜଣେ ସ୍ଥାନୀୟ ଯୁବକ କେ ବୀରବାବୁଙ୍କୁ କୁକୁର ମାରିବା କଣ୍ଟ୍ରାକ୍ଟ ଦେଇଥିଲେ। ପ୍ରତିଟି କୁକୁର ହତ୍ୟା ପାଇଁ ତାଙ୍କୁ ୩୦୦ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ସେ ୧୮ଟି କୁକୁରଙ୍କୁ ବିଷ ଦେଇ ମାରିଥିଲେ। ପଶୁ ଅଧିକାର କର୍ମୀଙ୍କ ଅଭିଯୋଗକୁ ଭିତ୍ତିକରି, ଚେବ୍ରୋଲୁ ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୮ ଓ ୪୨୯ ଅନ୍ତର୍ଗତ ଏହି ତିନିଜଣଙ୍କ ବିରୁଦ୍ଧରେ ନିଷ୍ଠୁରତା ନିବାରଣ ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରିଥିଲା।

Related Articles

Back to top button