ପତ୍ନୀ ସୁନୀତାଙ୍କ ସହ ସାକ୍ଷାତ କରିବା ଆବେଦନକୁ ଅଗ୍ରାହ୍ଯ କଲେ ତିହାର ଜେଲ କର୍ତ୍ତୃପକ୍ଷ

ପତ୍ନୀ ସୁନୀତାଙ୍କ ସହ ସାକ୍ଷାତ କରିବା ଆବେଦନକୁ ଅଗ୍ରାହ୍ଯ କଲେ ତିହାର ଜେଲ କର୍ତ୍ତୃପକ୍ଷ। ଏନେଇ ବର୍ଷିଛନ୍ତି ଆପନେତା ସଞ୍ଜୟ ସିଂ। ସେ କହିଛନ୍ତି, ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ହତ୍ୟା ଅପରାଧୀଙ୍କୁ ବାରାକ୍ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି, କିନ୍ତୁ ତିନି ଥରର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଆଇନ କଣ ପାଇଁ ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂ କହିଛନ୍ତି- ସେ କହିଛନ୍ତି ଯେ, ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଅନୁମତି ଦିଆଗଲା ନାହିଁ। ନିଜ ନିଜ ବାରାକରେ କୁଖ୍ଯାତ ଅପରାଧୀମାନେ ସେମାନେ ଚାହୁଁଥିବା ବ୍ଯକ୍ତିଙ୍କୁ ସାକ୍ଷାତ କରିପାରୁଥିବା ବେଳେ କେଜ୍ରିୱାଲଙ୍କୁ ଏହି ଅନୁମତି ନଦେବା ଅମାନବିକତାର ପରିଚୟ।

Related Articles

Back to top button