
ତିରୁପତି ଲଡୁ ପ୍ରସ୍ତୁତ ପାଇଁ ଘିଅ ବିତରଣ କରୁଥିବା ୪ ଜଣଙ୍କୁ ଗିରଫ କରିଛି ସିବିଆଇ
ତିରୁପତି ମନ୍ଦିର ପ୍ରାସଦ ଲଡୁରେ ଚର୍ବି ମିଶାଇବା ପ୍ରସଙ୍ଗ । ଘିଅ ବିତରଣ କରୁଥିବା ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ଭୋଲେ ବାବା ଡାଏରୀର ପୂର୍ବତନ ନିର୍ଦ୍ଦେଶକ ପୋମିଲ୍ ଜୈନ ଏବଂ ବିପିନ ଜୈନ, ବୈଷ୍ଣବୀ ଡାଏରୀର ସିଇଓ ଅପୂର୍ବ ବିନୟକାନ୍ତ ଏବଂ ଏଆର ଡାଏରୀର ଏମଡି ରାଜୁ ରାଜଶେଖରନଙ୍କୁ ବାନ୍ଧିଛି ସିବିଆଇ । ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ତେବେ ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଏଭଳି ଅଭିଯୋଗ ଆସିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ପ୍ରସାଦରେ ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଖଲ କରିଥିଲେ ଆଇନଜୀବୀ ।
ସେପଟେ ଏହି ପ୍ରସଙ୍ଗ ରାଜନୈତିକ ମୁଦ୍ଦା ପାଲଟିଥିବା ବେଳେ ପ୍ରସାଦର ସ୍ବଚ୍ଛତା ନେଇ ରିପୋର୍ଟ ତଲବ କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଘଟଣା ତଦନ୍ତ ଭାର ହାତକୁ ନେଇଥିଲା ସିବିଆଇ । ଏହି ଘଟଣାରେ ଆଜି ଘିଅ ସପ୍ଲାଏ କରୁଥିବା ୪ ଜଣଙ୍କୁ ଗିରଫ କରିଛି ସିବିଆଇ ।