ଆଜି ସମଗ୍ର ଦେଶ ପାଇଁ ଏକ ଐତିହାସିକ ଦିନ: ଅଯୋଧ୍ୟା ମନ୍ଦିରରେ ବିରାଜିତ ହେଲେ ରାମଲାଲା

ଆଜି ସମଗ୍ର ଦେଶ ପାଇଁ ଏକ ଐତିହାସିକ ଦିନ । ନୂତନ ଭାବେ ନିର୍ମିତ ଅଯୋଧ୍ୟା ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ହୋଇଛି।ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମା ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସୋମବାର ସମ୍ପନ୍ନ ହୋଇଛି। ଗର୍ଭଗୃହରେ ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଆର୍‌‌ଏସ୍‌‌ଏସ୍‌‌ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍‌‌ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ବେଳେ ହେଲିକପ୍ଟର ଦ୍ୱାରା ଆକାଶ ମାର୍ଗରୁ ପୁଷ୍ପବର୍ଷା ହୋଇଛି। ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି।

ରାମ ଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜର ୧୧ ଦିନର ଉପବାସ ଭାଙ୍ଗିଛନ୍ତି । ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ ଖୁଆଇ ପ୍ରଧାନନ୍ତ୍ରୀ ମୋଦୀଙ୍କ ଉପବାସ ଭଙ୍ଗ କରିଛନ୍ତି । ମୋଦୀ ତାଙ୍କର ୧୧ ଦିନିଆ ଉପବାସକୁ ସଫଳତାର ସହ ସମାପ୍ତ କରିଥିବାରୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତିକୁ ପ୍ରଶଂସା କରିଛନ୍ତି । ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ରାମଲଲାଙ୍କ ସମର୍ପଣ ସମାରୋହ ପର୍ଯ୍ୟନ୍ତ ସେ ୧୧ ଦିନିଆ ସ୍ୱତନ୍ତ୍ର ବ୍ରତ ରଖିବେ ।

ଭବ୍ୟ ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିରରୁ ବାହାରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସମ୍ବୋଧିତ କରିଥିଲେ ।ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପିଏମ ମୋଦୀ କହିଛନ୍ତି ଯେ ଏହି ମୁହୂର୍ତ୍ତ ଅଲୌକିକ ଅଟେ। ଏହି ମୁହୂର୍ତ୍ତଟି ଆମ ସମସ୍ତଙ୍କ ଉପରେ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ । ଶତାବ୍ଦୀ ଅପେକ୍ଷା କରିବା ପରେ ଆମ ରାମ ପହଞ୍ଚିଛନ୍ତି । ବର୍ତ୍ତମାନ ଆମ ରାମ ତମ୍ବୁରେ ରହିବେ ନାହିଁ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଉପସ୍ଥିତ ରହି ଆମେ ବହୁତ ଭାଗ୍ୟବାନ । ଏହି ସମୟ ଏକ ସାଧାରଣ ସମୟ ନୁହେଁ । ଏହା ଆମ ମାନସପଟେରେ ଅବିସ୍ମରଣୀୟ ସ୍ମୃତି ରେଖା ।

ଏହି ସମୟରେ ମୋଦୀ ରାମଲାଲାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମୋଦୀ କହିଛନ୍ତି ଯେ ଏହି ଅବସରରେ ଆମେ ଭଗବାନ ଶ୍ରୀ ରାମଙ୍କୁ ମଧ୍ୟ କ୍ଷମା ମାଗୁଛୁ । ଏତେ ବର୍ଷ ପର୍ଯ୍ୟନ୍ତ ଆମେ ତାଙ୍କ ପ୍ରାଣ ପ୍ରତିଷ୍ଠା କରିପାରି ନଥିଲୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆଜି ପ୍ରଭୁ ରାମ ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ ।

Related Articles

Back to top button