
ଆଜି ପୁଣି ୩୩ ଜଣ ସାଂସଦଙ୍କୁ ବହିଷ୍କାର କରିଛନ୍ତି ବାଚସ୍ପତି।
ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଶୀତ ଅଧିବେଶନରେ ସାଂସଦଙ୍କ ହୋହଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଅଚଳ ହୋଇ ଯାଇଛି। ପ୍ରବଳ ହଟ୍ଟଗୋଳ କରିବାରୁ ଆଜି ପୁଣି ୩୩ ଜଣ ସାଂସଦଙ୍କୁ ବହିଷ୍କାର କରିଛନ୍ତି ବାଚସ୍ପତି। ବିଭିନ୍ନ ବିରୋଧୀ ଦଳର ୩୩ ଜଣ ସାଂସଦ ବହିଷ୍କୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି। ଆଜି ଗୃହ ଆରମ୍ଭ ହେଉ ହେଉ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ।