ଆଜି ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ ।

ଆଜି ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ । ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧରେ ଭାରତର ବିଜୟକୁ ୨୫ବର୍ଷ ପୂର୍ତ୍ତି ଅବସରରେ ସବୁଠି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ୮୪ଦିନର ଘମାସାନ ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ । କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଦୂଳି ଚଟାଇଥିଲେ ଭାରତୀୟ ସେନା । ଭାରତୀୟ ସେନାର ୫୨୭ ଯବାନ ସହିଦ ହୋଇଥିବା ବେଳେ ୧୩୬୩ଜଣ ଆହତ ହୋଇଥିଲେ । ବୀର ଯବାନଙ୍କ ବଳିଦାନ ଫଳରେ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲେ ଭାରତୀୟ ସେନା । ଆଜି ଲଦାଖର ଦ୍ରାସରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତିନି ସେନାର ମୁଖ୍ୟ । ଉଦବୋଧନ ଦେଇ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ‘ଆମେ କେବଳ ଯୁଦ୍ଧ ଜିତି ନାହୁଁ, ବରଂ ସତ୍ୟ, ସଂଯମତା ଏବଂ ଶକ୍ତି ମଧ୍ୟ ପ୍ରଦର୍ଶନ କରିଛୁ । ସେ କହିଛନ୍ତି ଅତୀତରେ ପାକିସ୍ତାନର ସବୁ ପ୍ରୟାସ ବିଫଳ ହୋଇଥିଲା । କିନ୍ତୁ ପାକିସ୍ତାନ ଇତିହାସରୁ କିଛି ଶିକ୍ଷା କରିଲାନାହିଁ । ଲଦାଖ ହେଉ କିମ୍ବା ଜାମ୍ମୁ କାଶ୍ମୀର ହେଉ ବିକାଶ ପଥରେ ଆସୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଭାରତ ପରାସ୍ତ କରିବ ।

Related Articles

Back to top button