ଟୋମାଟୋ ଫ୍ଲୁ ସମ୍ପର୍କରେ କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରି

ନୂଆଦିଲ୍ଲୀ: ଦେଶରେ ସଂପ୍ରତି ଟୋମାଟୋ ଫ୍ଲୁ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ବିଶେଷ କରି ଏହି ଫ୍ଲୁ ଶିଶୁଙ୍କ ନିକଟରେ ଦେଖିବାକୁ ମିଳୁଛି। ସଂକ୍ରମଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଆଡଭାଇଜରି ଜାରି କରିଛନ୍ତି। ମାର୍ଗଦର୍ଶିକାରେ ସେହି ସବୁ ଗାଇଡଲାଇନ୍ ବିଷୟରେ କୁହାଯାଇଛି ଯାହାର ପାଳନ କରିବା ଜରୁରୀ। ସରକାର ଏକ ବିସ୍ତୃତ ରିପୋର୍ଟ ଜାରି କରି ଟୋମାଟୋ ଫ୍ଲୁ ଲକ୍ଷଣ ଏବଂ ଏହାର ଚିକିତ୍ସା ବିଷୟରେ ଉଲ୍ଲେଖ କରିଛନ୍ତି।

କଣ ଏହି ଟୋମାଟୋ ଫ୍ଲୁ

ଟୋମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ। ଏଥିରେ ଶରୀରରେ ଟମାଟର ଆକାରର ଚିହ୍ନ ପଡିଯାଏ। ଏହାର ଅଧିକାଂଶ ଲକ୍ଷଣ ଅନ୍ୟ ଭାଇରାଲ୍ ସଂକ୍ରମଣ ପରି ହୋଇଥାଏ। ଏଥିରେ ଜ୍ଵର, ଗଣ୍ଠି ଯନ୍ତ୍ରଣା, ଥକ୍କାପଣ, ଗଣ୍ଠି  ଫୁଲିବା, କ୍ଲାନ୍ତ ଲାଗିବା, ଜୋରରେ ଜ୍ଵର  ହେବା ସାମିଲ୍। ଏହି ରୋଗ ଆରମ୍ଭ ହାଲୁକା ଜ୍ଵରରୁ ଆରମ୍ଭ ହୋଇଥାଏ। ପୁଣି କାଶ ହେବା ଆରମ୍ଭ  ହୋଇଥାଏ। ଜ୍ଵରର ଦୁଇ ତିନି ଦିନ ପରେ ଶରୀରରେ ଲାଲ ରଙ୍ଗର ଦାନା ଦେଖିବାକୁ ମିଳିଥାଏ। ପରେ ଏହା ଫୁଲିଯାଏ। ଏହା ଅଧିକାଂଶ ମୁହଁରେ,  ଜିଭରେ ଦେଖିବାକୁ ମିଳିଥାଏ।

ସଂକ୍ରମିତ ଅଛନ୍ତି କେମିତି ଜଣା ପଡିବ ?

  • Respiratory Samples ଜରିଆରେ ସହଜରେ ଏହି ରୋଗର ଚିହ୍ନଟ କରାଯାଇ ପାରିବ। ରୋଗର ୪୮ ଘଣ୍ଟା ଭିତରେ  ନମୂନା ଦିଆଯାଇ ପାରିବ।
  • ମଳ ନମୂନା ଜରିଆରେ ଏହି ଭାଇରାଲ୍ ରୋଗର ଚିହ୍ନଟ କରାଯାଇ ପାରିବ। କିନ୍ତୁ ନମୂନା ୪୮ ଘଣ୍ଟା ଭିତରେ ନେବା ଜରୁରୀ।
  • ତେବେ ଏହା ସବୁଠୁ ଅଧିକ ଜରୁରୀ ଯେ, ଏ ପର୍ଯ୍ୟନ୍ତ ଟୋମାଟୋ ଫ୍ଲୁର କୌଣସି ଅଲଗା ଔଷଧ ନାହିଁ, ଯାହାକୁ ଭାଇରାଲ୍ ରୋଗ ହେଲେ ଦିଆଯାଏ। ଏ ପର୍ଯ୍ୟନ୍ତ ଯେତେ ଜଣ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ରୋଗୀଙ୍କ ବୟସ ୧୦ ବର୍ଷରୁ କମ ବୟସ ହେବ। ତେଣୁ ସରକାର ଛୋଟ ଛୋଟ ପିଲାଙ୍କୁ ନେଇ ଚିନ୍ତିତ।

ସଂକ୍ରମିତ ହେଲେ କଣ କରିବେ ?

  • ପାଞ୍ଚରୁ ସାତ ଦିନ ପାଇଁ ସଂକ୍ରମିତଙ୍କୁ ଆଇସୋଲେଟ୍ କରାଯାଉ। ସଂକ୍ରମଣ ଯେମିତି ନବ୍ୟାପେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
  • ନିଜ ଆଖପାଖ ଅଞ୍ଚଳକୁ ସଫା ରଖନ୍ତୁ। ଭାଇରାଲ୍‌ରେ ସଂକ୍ରମିତ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ମିଶିବାକୁ ଦିଅନ୍ତୁ ନାହିଁ। ଖେଳନା ମଧ୍ୟ ଦେବାନେବା କରନ୍ତୁ ନାହିଁ।
  • ସଂକ୍ରମିତ ପିଲାଙ୍କ ପୋଷାକ, ବାସନ କୁସନ ସବୁ ଅଲଗା ରଖନ୍ତୁ।
  • ପିଲାଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦିଅନ୍ତୁ।

Related Articles

Back to top button