ଭଏସ ଏବଂ ଡାଟା ସେବା ପାଇଁ ଦେଶର ୧୫ଟି ସହରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ

ନୁଆଦିଲ୍ଲୀ:  ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଯାଇଛି । ଏହା ସହ ଉପଭୋକ୍ତାମାନେ ଚାହିଁଲେ ଅଭିଯୋଗ କରିବା ପାଇଁ ନମ୍ବର ଜାରି କରାଯାଇଛି ।

ଏହି ଅଞ୍ଚଳରେ କାର୍ଯ୍ୟକ୍ଷମ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ନେଟୱର୍କକୁ ଆକଳନ ପାଇଁ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)କୁ ଅନୁଧ୍ୟାନ କରାଯାଇଥିଲା ।  ଭଏସ ସେବା ପାଇଁ କେପିଆଇଗୁଡ଼ିକ ମଧ୍ୟରେ କଭରେଜ, କଲ ସେଟଅପ ସଫଳତା ହାର (ସିଏସଏସଆର); ଡ୍ରପ କଲ୍‌ ହାର; ବ୍ଲକ୍‌ କରାଯାଇଥିବା କଲ ହାର, ହ୍ୟାଣ୍ଡଓଭର ସଫଳତା ହାର; ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା। ସେହିପରି ଡାଟା ପାଇଁ କେପିଆଇ ମଧ୍ୟରେ ଡାଉନଲୋଡ ଏବଂ ଅପଲୋଡ୍‌ ଥ୍ରୁପୁଟ୍ସ, ୱେବ ବ୍ରାଉଜିଂ ବିଳମ୍ବତା, ଭିଡିଓ ଷ୍ଟ୍ରିମିଂ ବିଳମ୍ବ ହେବା ଆଦି ଯାଞ୍ଚ କରାଯାଇଥିଲା।

ଟ୍ରାଇର ୱେବସାଇଟ  www.analytics.trai.gov.in  ରେ ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ ରହିଛି। ଏ ସଂକ୍ରାନ୍ତରେ କୌଣସି ସୂଚନା ଚାହୁଁଥିଲେ, ଦୟାକରି ଶ୍ରୀ ଅନନ୍ତ କୁମାର ସିଂ, ଉପଦେଷ୍ଟା (କ୍ୟୁଓଏସ)ଙ୍କୁ ଟେଲିଫୋନ ନମ୍ବର +91-11-2323-0404 କିମ୍ବା ଇମେଲ୍‌ ଆଇଡି: advqos@trai.gov.in ରେ ଯୋଗାଯୋଗ କରାଯାଇପାରିବ ।

ଡ୍ରାଇଭ ଟେଷ୍ଟ କରାଯାଇଥିବା ଏସବୁ ସ୍ଥାନ ହେଲା – ଜଳନ୍ଧର, ଅମ୍ବାଲା, ଆଇଜଲ, କୋଣ୍ଟାଇ, ଇମ୍ଫାଲ, କିଷନଗଞ୍ଜ, ପୋର୍ଟ ବ୍ଲେୟାର, ବିଳାସପୁର, ଗ୍ବାଲିୟର, ମେରଟ, ଅହମ୍ମଦନଗର, ଚିକମଙ୍ଗଲୁର, ୱାରଙ୍ଗଲ, କଟକ, କୋୟମ୍ବାଟରୁ, ଦୁଇଟି ରାଜପଥ ମେରଠ-ଆଗ୍ରା, ଗ୍ବାଲିୟର-ଗୁନା ଏବଂ ଗୋଟିଏ ରେଳ ମାର୍ଗ- ରାୟଗଡ଼ରୁ ଡୋଙ୍ଗରଗଡ଼ ପର୍ଯ୍ୟନ୍ତ ଡ୍ରାଇଭ ଟେଷ୍ଟ କରାଯାଇଥିଲା। ଜୁନ୍‌ ୨୦୨୨ରେ ଶେଷ ହୋଇଥିବା ତ୍ରୈମାସ ସମୟରେ ଏହି ପରୀକ୍ଷଣ କରାଯାଇଥିଲା ।

ସେଲୁଲାର ମୋବାଇଲ ଟେଲିଫୋନ ସେବା ପ୍ରଦାନକାରୀମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ ପାଇଁ ଏହି ଟେଷ୍ଟ କରାଯାଇଥିଲା।

Related Articles

Back to top button