ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ କରୋନା ସଂକ୍ରମିତ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ ୧୯ ଟେଷ୍ଟ କରାଇଥିଲେ । ଏବେ ଏହା ପଜିଟିଭ ଆସିଛି । ସେ ତାଙ୍କ ଟେଷ୍ଟ ରିପୋର୍ଟ ସାର୍ବଜନୀନ କରିଛନ୍ତି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ସେମାନଙ୍କ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । କରୋନା ସଂକ୍ରମିତ ହେବା ସତ୍ୱେ ମୁଁ ସୁସ୍ଥ ଏବଂ ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି କହିଛନ୍ତି । ମେ ୧୪ରେ ବିପ୍ଲବ ଦେବଙ୍କ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଭଲ ଦାନ୍ତ ଡାକ୍ତର ଥିଲେ । ଜୁନ ୨୬ ଉପ ନିର୍ବାଚନରେ ସେ ବିଜୟ ହାସଲ କରି ନିଜ ସ୍ଥାନ ସୁରକ୍ଷିତ କରି ପାରିଛନ୍ତି ।

Related Articles

Back to top button