ମୋଦୀଙ୍କୁ ପ୍ରଶଂସା କରିଲେ ଡୋନାଲ୍ଡ ଟ୍ରମ୍ପ ପିଏମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇଛି । ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୋଦୀ । ଉଭୟ ନେତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଦ୍ବିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମୋଦୀ ପ୍ରଥମ ଥର ତାଙ୍କୁ ଭେଟ ହୋଇଛନ୍ତି । ମୋଦୀଙ୍କ ବସିବା ପାଇଁ ଟ୍ରମ୍ପ ପଛପଟୁ ଚେୟାର କାଢୁଥିବା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ମଧ୍ୟ ଦେଖିବାକୁ ମିଳୁଛି ।

ଏହି ଯାତ୍ରା ସମୟରେ ଡୋନାଲ୍ଡ ଟ୍ରମ୍ପ ପିଏମ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ଅନେକ ସମୟ ଧରି ଆମେ ବନ୍ଧୁ ରହିଛୁ । ପୂର୍ବ ଅପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି ଟ୍ରମ୍ପ କହିଛନ୍ତି । ହ୍ବାଇଟ ହାଉସରେ ମୋଦୀଙ୍କ ଉପସ୍ଥିତି ଅତି ସମ୍ମାନର କଥା ବୋଲି ସେ କହିଛନ୍ତି । ଆମ ପାଖରେ ଆଲୋଚନା କରିବା ପାଇଁ ଅନେକ କଥା ଅଛି । ନମ୍ବର ୧ ଏହା କି ସେ ଆମ ଅନେକ ତେଲ ଓ ଗ୍ୟାସ୍ କିଣିବାକୁ ଯାଉଛନ୍ତି । ମୋଦୀ ଭଲ କାମ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏଥିରେ ପିଏମ ମୋଦୀ ତାଙ୍କ ଆଭାରୀ ବୋଲି କହିବା ସହ ଧନ୍ୟବାଦ ଦେଇଛନ୍ତି । କହିରଖୁଛୁ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

Related Articles

Back to top button