ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ଚାକିରିରୁ ବହିଷ୍କୃତ ହେଲେ ଟିଟିଇ

ନୂଆଦିଲ୍ଲୀ :  ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟିଇ । ମହିଳା ଯାତ୍ରୀଙ୍କ ସହ ଏଭଳି ଅଶ୍ଳୀଳତା କାଣ୍ଡ ଯୋଗୁଁ ରେଳବାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପୃକ୍ତ ଟିଟିଇ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ପରେ ଅଭିଯୁକ୍ତ ଟିକେଟ୍ ପରୀକ୍ଷକ (ଟିଟିଇ) ମୁନ୍ନା କୁମାରଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ। ଆଇପିସିର ଧାରା ୩୫୪-ଏ, ୩୫୨ ଏବଂ ୫୦୯ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଏହି ଘଟଣାର ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ ଆପତ୍ତି ଜଣାଇଛନ୍ତି ଏବଂ ଅଭିଯୁକ୍ତ ଟିଟିଇଙ୍କୁ ତୁରନ୍ତ ପଦବୀରୁ ବରଖାସ୍ତ କରାଯାଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏଭଳି ଘଟଣାକୁ ବରଦାସ୍ତ କରାଯାଇପାରିବ ନାହିଁ ।

ଏହି ଘଟଣା ସମ୍ପର୍କରେ ଜିଆରପି ଅଧିକାରୀ ସଞ୍ଜୀବ କୁମାର ସିହ୍ନା କହିଛନ୍ତି ଯେ ତାଙ୍କ ହେଲ୍ପଲାଇନ ନମ୍ବର ମାଧ୍ୟମରେ ସୂଚିତ କରାଯାଇଥିଲା ଯେ, ଜଣେ ମହିଳା ଯାତ୍ରୀଙ୍କ ଉପରେ ଟିଟିଇ ପରିସ୍ରା କରିଥିଲେ। ଏହା ପରେ ଚାରବାଗ ରେଳ ଷ୍ଟେସନକୁ ଏକ ଦଳ ପଠାଯାଇଥିଲା। ଟିଟିଇ ମୁନ୍ନା କୁମାରଙ୍କୁ ଚାରବାଗ ରେଳ ଷ୍ଟେସନରୁ ଗିରଫ କରାଯାଇଥିଲା ।

Related Articles

Back to top button