ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ: ଦୁଇ ଯମଜ ଭ୍ରାତା ନିପୁନ ଗୋଏଲ ଏବଂ ନିକୁଞ୍ଜ ଗୋଏଲ ହେଲେ ଟପ୍ପର
ନୂଆଦିଲ୍ଲୀ: JEE ମେନ୍-୨୦୨୩ ସେସନ୍-୧ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। JEE ମେନ୍-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍ ୧ ପରୀକ୍ଷା ଦେଇଥିଲେ । ସେହିପରି ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍ ୨ ପରୀକ୍ଷା ଦେଇଥିଲେ।
ଛାତ୍ରଛାତ୍ରୀମାନେ ଫଳାଫଳ ଅଫିସିଆଲ ୱେବସାଇଟ୍ – http://jeemain.nta.nic.inରେ ଦେଖି ପାରିବେ।ଛାତ୍ରଛାତ୍ରୀମାନେ ନିଜର ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ସବମିଟ କରି କ୍ଲିକ କଲେ ରେଜଲ୍ଟ ଦେଖି ପାରିବେ ।
ଜେଇଇ ମେନ ରେଜଲ୍ଟରେ ଦୁଇ ଯମଜ ଭ୍ରାତା ଟପ୍ପର ହୋଇଛନ୍ତି । ସେମାନେ ହେଲେ ନିପୁନ ଗୋଏଲ ଏବଂ ନିକୁଞ୍ଜ ଗୋଏଲ । ନିପୁନ ପର୍ସେଣ୍ଟାଇଲ ୧୦୦ ଥିବାବେଳେ ନିକୁଞ୍ଜଙ୍କର ୯୯.୯୯ ରହିଛି ।