PFI ଅଫିସିଆଲ ଆକାଉଣ୍ଟକୁ ବନ୍ଦ କଲା ଟ୍ବିଟର

ନୂଆଦିଲ୍ଲୀ: ଗତକାଲି ଇସଲାମିକ ସଂଗଠନ ପିଏଫଆଇ (PFI)କୁ 5 ବର୍ଷ ପାଇଁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ଆଜି ସଂଗଠନର ଅଫିସିଆଲ ଆକାଉଣ୍ଟକୁ ଅଚଳ କରିଛି ମାଇକ୍ରୋ ବ୍ଲଗିଂ ସଂସ୍ଥା ଟ୍ବିଟର। କେବଳ ସଂଗଠନର ଅଫିସିଆଲ ଆକାଉଣ୍ଟ ନୁହେଁ ବରଂ ଏକାଧିକ କାର୍ଯ୍ୟକର୍ତ୍ତାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ବିଟର ଅଚଳ କରିଛି । ଟ୍ବିଟର ସମେତ ଫେସବୁକ ଫେଜ, ଇନଷ୍ଟାଗ୍ରାମରେ ମଧ୍ୟ ସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସଞ୍ଚାଳିତ ହେଉଥିବା ଆକାଉଣ୍ଟ ଅଚଳ ହୋଇଯାଇଥିବା ସୂଚନା ମିଳିଛି ।

ସଂଗଠନର ମୁଖ୍ୟ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପ୍ରାୟ 80 ହଜାର ଅନୁସରଣକାରୀ ରହିଥିଲେ । ସେହିପରି ସଂସ୍ଥାର ମୁଖ୍ୟ ଓମା ସଲମଙ୍କର ମଧ୍ୟ ପ୍ରାୟ 50 ହଜାର ଫଲୋର୍ସ ଥିଲେ । ସଂଗଠନର ସାଧାରଣ ସମ୍ପାଦକ ଆନିସ ଅହମ୍ମଦଙ୍କର ମଧ୍ୟ ପ୍ରାୟ 80 ହଜାର ଫଲୋର୍ସ ରହିଥିଲେ । ଏ ସମସ୍ତଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ 5 ବର୍ଷ ପାଇଁ ସଂଗଠନକୁ ନିଷେଧ ଘୋଷଣା କରିଥିଲେ । କାର୍ଯ୍ୟାନୁଷ୍ଠାନକୁ 24 ଘଣ୍ଟା ନପୂରଣରୁ ସୋସିଆଲ ମିଡିଆ ସଂସ୍ଥାଗୁଡିକ ମଧ୍ୟ ନିଜ ଜନନୀତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

କୌଣସି ଦେଶରେ ଯେକୌଣସି ସଂଗଠନ ଅବୈଧ କିମ୍ବା ନିଷେଧ ଘୋଷଣା ହେବା ପରେ ସମ୍ପୃକ୍ତ ସଂସ୍ଥା ଦ୍ବାରା କାର୍ଯ୍ୟକ୍ଷମ ଥିବା ସୋସିଆଲ ମିଡିଆ ଆକାଉଣ୍ଟକୁ ହଟାଇ ଦେଇଥାନ୍ତି ସମ୍ପୃକ୍ତ କମ୍ପାନୀ । କିଛି ସ୍ଥାନରେ କିଛି ଆପତ୍ତିଜନକ କାର୍ଯ୍ୟ ପାଇଁ କିଛି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ କମ୍ପାନୀଙ୍କୁ ମଧ୍ୟ କହି ପାରନ୍ତି । ତେବେ ପ୍ରାୟ ଏକ ସପ୍ତାହ ଧରି ପିଏଫଆଇର ବିଭିନ୍ନ ଠିକଣା ଆଡ୍ଡା, ଶାଖା କାର୍ଯ୍ୟାଳୟରେ ଚଢାଉ କରିଥିଲା ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏବେ ସୁଦ୍ଧା ପ୍ରାୟ 200 ପିଏଫଆଇ ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ ।

ଗତକାଲି ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ସଂଗଠନକୁ 5 ବର୍ଷ ପାଇଁ ବ୍ୟାନ ଘୋଷଣା କରିଥିଲା ଗୃହ ମନ୍ତ୍ରଣାଳୟ। ପିଏଫଆଇ ସମେତ ଅନ୍ୟ 9 ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଥିଲା କେନ୍ଦ୍ର । ପୂର୍ବରୁ ସଂଗଠନର ଏକାଧିକ କାର୍ଯ୍ୟକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇସାରିଛନ୍ତି । ଗତ ସପ୍ତାହରୁ ମଧ୍ୟ ସଂଗଠନର ବିଭିନ୍ନ ଶାଖା ଓ ଆଡ୍ଡା ଉପରେ ଦେଶବ୍ୟାପୀ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ବର୍ତ୍ତମାନ ସୁଦ୍ଧା ପ୍ରାୟ 2 ଶହ କର୍ମକର୍ତ୍ତାଙ୍କୁ ଗିରଫ କରିସାରିଛି କେନ୍ଦ୍ରୀୟ ସସ୍ଥା ।

Related Articles

Back to top button