୪ ବର୍ଷିଆ ୟୁଜି କୋର୍ସରେ ଛାତ୍ରଛାତ୍ରୀଙ୍କୁ ମିଳିବ ଅନେକ ଲାଭ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି)-୨୦୨୦ ଅଧିନରେ ଦେଶରେ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଘଟିବାକୁ ଯାଉଛି । ନୂଆ ଶିକ୍ଷା ନୀତି ଆଧାରରେ ଦେଶରେ ଧୀରେଧୀରେ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନୂଆ ଶିକ୍ଷା ନୀତି ଅନୁଯାୟୀ ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଧୀରେଧୀରେ ୪ ବର୍ଷିଆ ୟୁଜି ପ୍ରୋଗ୍ରାମ ଲାଗୁ ହେଉଛି । ମାତ୍ର ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି ।

ଏନଇପି-୨୦୨୦ ଅଧିନରେ ଲାଗୁ ହୋଇଥିବା ୪ ବର୍ଷିଆ ୟୁଜି କୋର୍ସରେ ଛାତ୍ରଛାତ୍ରୀଙ୍କୁ ଅନେକ ଲାଭ  ମିଳିପାରିବ । ଏହାର ସବୁଠାରୁ ଖାସ ବେନିଫିଟ୍ ହେଉଛି ମଲ୍ଟିପଲ ଏଣ୍ଟ୍ରି ଓ ଏଗଜିଟ ସ୍କିମ । ମାତ୍ର ଏହା ଏବେ ପ୍ରାଥମିକ ସ୍ତରରେ ରହିଛି । ଗତବର୍ଷ ଦିଲ୍ଲୀରେ ଏହାକୁ ଲାଗୁ କରାଯାଇଥିଲା । ସେ ସମୟରେ ନାମଲେଖାରେ ବିଳମ୍ବ ହେବା ସହ ସିଲାବସ କି ଶିକ୍ଷକ ପ୍ରସ୍ତୁତ କରାଯାଇ ନଥିଲା । ମାତ୍ର ଏବେ ଏହିସବୁ ସମସ୍ୟା ଏବେ ଧୀରେ ଧୀରେ ସୁଧୁରିବାରେ ଲାଗିଛି ।

ତେବେ ଚଳିତ ବର୍ଷ ଯେଉଁମାନେ ଆଡମିଶନ ନେବେ ସେମାନଙ୍କୁ ପୂର୍ବ ପରି ଆଉ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । ରାଷ୍ଟ୍ରୀୟ ରାଜଧାନୀ ସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଡକ୍ଟର ଅମ୍ବେଦକର ବିଶ୍ୱବିଦ୍ୟାଳୟ ପରି ଆଇପି ୟୁନିଭରସିଟିରେ ଆଂଶିକ ଭାବେ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି । ଦେଶର ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଧୀରେଧୀରେ ଏହାକୁ ଲାଗୁ କରୁଛନ୍ତି ।

Related Articles

Back to top button