ୟୁଜିସି ଲଞ୍ଚ କଲା ସିୟୁ ଛାୟାନ ନିଯୁକ୍ତି ପୋର୍ଟାଲ

ନୂଆଦିଲ୍ଲୀ: ଏଣିକି ସମସ୍ତ ଚାକିରି ଆଶାୟୀମାନେ ବିଶ୍ୱବିଦ୍ୟାଳୟମାନଙ୍କରେ ସହଜରେ ନିଯୁକ୍ତି ପାଇ ପାରିବେ । କେନ୍ଦ୍ରୀୟ ୟୁନିଭରସିଟିରେ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ୟୁଜିସି ପକ୍ଷରୁ ସିୟୁ ଛାୟାନ ପୋର୍ଟାଲ ଲଞ୍ଚ କରାଯାଇଛି । ସେଣ୍ଟ୍ରାଲ ୟୁନିଭରସିଟିରେ ପାଖାପାଖି ୩୧ ପ୍ରତିଶତ ପଦ ଖାଲି ରହିଥିବା ନେଇ ନିକଟରେ ଲୋକସଭାରେ କେନ୍ଦ୍ର ସରକାର ତଥ୍ୟ ପ୍ରଦାନ କରିଥିଲେ ।

ତେବେ ଏହି ପୋର୍ଟାଲ curec.samarth.ac.in ଲଞ୍ଚ ହେବା ଫଳରେ ବିଶ୍ୱବିଦ୍ୟାଳୟ ଓ ଆବେଦନକାରୀ ଉଭୟଙ୍କୁ ଫାଇଦା ମିଳିପାରିବ । ଏହି ପୋର୍ଟାଲ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚାକିରିର ଏକ ଲିଷ୍ଟ ପ୍ରସ୍ତୁତ କରିବା ସହ ଆବେଦନ କରିବା ପାଇଁ ଏକ ସରଳ ଇଣ୍ଟରଫେସ ପ୍ରଦାନ କରିବ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି । ଦେଶର ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ଏହି ପୋର୍ଟାଲ ଦ୍ରୁତ କରାଇବା ସହ ଆବେଦନକାରୀଙ୍କୁ ରିଅଲ ଟାଇମ୍ ଡାଟା ପ୍ରଦାନ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏହି ପୋର୍ଟାଲ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଦର ସୂଚନା ପ୍ରଦାନ ନେଇ ଏକ ମଞ୍ଚ ଭାବେ କାର୍ଯ୍ୟ କରିବେ । ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନକୁ ସ୍ଥାନାନ୍ତରିତ କରିବ । ସମସ୍ତ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ପ୍ରକ୍ରିୟାକୁ ଟ୍ରାକ କରାଯାଇ ପାରିବ । ବ୍ୟାକଗ୍ରାଉଣ୍ଡ ଡାଟା ଆନାଲିସିସର ଉପଯୋଗ କରି କେତେ ପଦ ପୂରଣ ହେବ ସେନେଇ ୟୁଜିସି ଡାଟା ଏକତ୍ର କରିବ । କେଉଁ ପଦରେ ଓ କେଉଁ ନିୟମ ଆଧାରରେ ସଂରକ୍ଷଣ କରାଯିବ ସେନେଇ ଏହି ପୋର୍ଟାଲ କାର୍ଯ୍ୟ କରିବ । ଏହି ପୋର୍ଟାଲରେ ପଞ୍ଜିକୃତ ହେବା ପରେ ମଧ୍ୟ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିଜର ଭର୍ତ୍ତି ପୋର୍ଟାଲକୁ ନିଷ୍କ୍ରିୟ କରିବାକୁ ପଡ଼ିବ । ସେମାନେ କେବଳ ଚୟନ ପୋର୍ଟାଲ ଓ ସମାଚାର ପତ୍ରରେ ନିଜର ଖାଲି ପଦ ସମ୍ବନ୍ଧିତ ବିଜ୍ଞାପନ ଦେଇ ପାରିବେ । ସମସ୍ତ ବିଶ୍ୱବିଦ୍ୟାଳୟ ଭର୍ତ୍ତି ଅଧିସୂଚନା ଏହି ପୋର୍ଟାଲରେ ଅପଲୋଡ କରାଯିବ । ଫଳରେ ଯୁବବର୍ଗଙ୍କୁ ଚାକିରିର ତାଲିକା ଗୋଟିଏ ସ୍ଥାନରେ ମିଳିପାରିବ ।

Related Articles

Back to top button